ସିଂହାସନରେ ଗଜାନନ

ାା ପ୍ରଭାନୁ୍ୟଜ୍ ।ା ତାଳଚେର : ଭାଦ୍ରବମାସ ଶୁକ୍ଳପକ୍ଷ ଚର୍ତୁଦଶୀରେ ଅଗ୍ରପୂଜ୍ୟ ବାବା ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପ୍ରଭୂ ଶ୍ରୀ ଗଣେଶଙ୍କ ପୂଜା ନିମନ୍ତେ ତାଳଚେରର ବିଭିନ୍ନ ପୂଜାମଣ୍ଡପଗୁଡିକରେ କାର୍ଯ୍ୟକର୍ତ୍ତାଙ୍କ ତତ୍ପରତା ଦେଖିବାକୁ ମିଳିଛି । ସକାଳୁ ବାବାଙ୍କ ପୂଜାନିମନ୍ତେ ତାଳଚେରରେ ବୋହି ଯାଉଥିବା ବ୍ରାହ୍ମଣୀନଦୀ କୂଳରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ ଓ ହୋମଯଜ୍ଞ କରାଯାଇ ସମସ୍ତ ପୂଜାମଣ୍ଡପର କାର୍ଯ୍ୟ କର୍ତ୍ତାମାନେ କଳସୀରେ ଜଳ ସଂଗ୍ରହ କରି ଝାଞ୍ଜ, ଘଂଟ, ବାଦ୍ୟ ଓ ମୃଦଙ୍ଗ ବଜାଇ ନିଜ ନିଜ ପୂଜାମଣ୍ଡପକୁ ଆଣିଥିଲେ । ସେଠାରେ କଳସ ସ୍ଥାପନ କରି ବାବା ଗଜାନନଙ୍କର ରୀତିନୀତି ଅନୁସାରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ପ୍ରଭୂଙ୍କ ମୂର୍ତ୍ତିରେ ବ୍ରାହ୍ଣଣମାନେ ଜୀବଦାନ ଦେଇଥିଲେ । ପୂଜା ସମାପ୍ତ ହେବା ପରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ବଜାର, ମାର୍କେଟ ଇତ୍ୟାଦି ଗୁଡିକରେ ପୂଜା ସମାପନ ହେବା ସହ ବିଭିନ୍ନ ପୂଜାମଣ୍ଡପ ଗୁଡିକ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରଭୂ ଗଜାନନଙ୍କ ସେଉ ବୁନ୍ଦିଆ ଓ ଲଡୁ ଖାଇ ଛୋଟପିଲାମାନେ ବେଶ ଆନନ୍ଦ ଉଲ୍ଲାସ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା । ତେବେ ତାଳଚେରରେ ଏହି ଗଣପର୍ବ ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ତାଳଚେର ସହର ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ପୌରପରିଷଦର ୨୧ଗୋଟି ୱାର୍ଡ଼ଗୁଡିକରେ ସାହି ଗଳିକନ୍ଦିରେ ମଧ୍ୟ ବାବା ଗଜାନନ ପୂଜା ପାଉଥିବା ଦେଖିବାକୁ ମିଳିଛି । ତେବେ ତାଳଚେର ଏହି ଗଣେଶ ପୂଜା ଯେଉଁ ସ୍ଥାନକୁ ଗଲେ ମଧ୍ୟ ଦେଖିବାକୁ ମିଳୁଛି ବୋଲି ଆଜି ଏହା ଏକ ବଡପୂଜା ରୂପେ ମଧ୍ୟ ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିପାରିଛି । ବିଭିନ୍ନ ଅଂଚଳରୁ ଦର୍ଶକଙ୍କର ଆଗମନକୁ ନେଇ ବେଶ ପୂଜାମଣ୍ଡପ ଗୁଡିକର ଆଶା ଉଜ୍ଜୀବିତ ହୋଇଛି । ପୂଜାର ପ୍ରଥମ ଦିନରେ ଆଲୋକମାଳାରେ ତାଳଚେର ସହର ସନ୍ଧ୍ୟା ସମୟରେ ଝଲମଲ ଦେଖାଯାଉଥିଲା । ତାଳଚେରର ଏହି ପ୍ରସିଦ୍ଧ ଗଣପର୍ବ ଗଜାନନଙ୍କୁ ନେଇ ପ୍ରାୟ କେତେ ଗୁଡାଏ ଦୋକାନ ବଜାର ବସିଗଲାଣି । ଅଗ୍ରପୂଜ୍ୟ ପ୍ରଭୂଗଜନ୍ନଙ୍କ ପୂଜା ଓ ୧୮ ତାରିଖରେ ମେଲାଣି ହେଉଥିବାରୁ ଯଦି ପାଗ ଅନୁକୂଳ ରୁହେ ବ୍ୟବସାୟୀମାନେ ଭଲ ଦି’ପଇସା ରୋଜଗାର କରିବେ ବୋଲି ଆନନ୍ଦିତ ମନରେ କହିଥିଲେ । ପ୍ରଶାସନ ପକ୍ଷରୁ କିଛି କିଛି ସ୍ଥାନରେ ଅସ୍ଥାୟୀ ଟେଣ୍ଟ କରାଯାଇ ସମସ୍ତ ପୂଜାମଣ୍ଡପଗୁଡିକରେ ପୁଲିସ ମୁତୟନ କରାଯାଇଛି । ପୂଜା ମାହୋଲରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ତେଣୁ ତାଳଚେରର ମୁଖ୍ୟ ରାସ୍ତା ଓ ପୂଜାମଣ୍ଡପ ଗୁଡିକ ନିକଟରେ ପୁଲିସ ମୁତୟନ କରାଯାଇ ଟ୍ରାଫିକକୁ ନିୟନ୍ତ୍ରଣ ବ୍ୟବସ୍ଥା କଡାକଡି କରାଯିବା, ରୋମିଓ ମାନଙ୍କ ଗାଡିଚାଳନା, ମଦ୍ୟପ, ଚୋରୀ, ଡକାୟତି, ରାହାଯାନୀ, ଛିନତାଇ ଏଗୁଡିକ ଉପରେ ତୀଖ୍ନନଜର ରଖିବାକୁ ପୁଲିସ୍ ପ୍ରଶାସନ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।