ଅନଗ୍ରସର ଶିଶୁଙ୍କ ପାଇଁ କାର୍ଯ୍ୟକାରୀ ହେବ "ସ୍ନେହଛାୟା’ ଯୋଜନା 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପିତୃମାତୃହୀନ ଶିଶୁମାନଙ୍କର ପୋଷଣ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ଯୋଜନା "ସ୍ନେହଛାୟା’ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନୁଯାୟୀ ଜିଲ୍ଲାରେ ଯେଉଁ ଶିଶୁମାନେ ବାପାମା’ ଛେଉଣ୍ଡ ହୋଇଥିବେ ଏବଂ ଆର୍ଥôକ ଦୃଷ୍ଟିରୁ ଅନଗ୍ରସର ହେଇଥିବେ, ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କୁ ଉନ୍ନତ ପୋଷଣ ତଥା ଶିକ୍ଷା ଯୋଗାଇ ଦିଆଯିବ । ଯାହାଦ୍ୱାରା ସେମାନେ ନିଜର ଭବିଷ୍ୟତ ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ କାର୍ଯ୍ୟ କରିପାରିବେ । ଏହି ପ୍ରରିପେକ୍ଷୀରେ ଏକ ବୈଠକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଜିଲ୍ଲାର କେତେଜଣ ଏହି ବର୍ଗରେ ଅଛନ୍ତି, ସେମାନଙ୍କ ତଥ୍ୟ ସଂଗ୍ରହ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଖୁବଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ  ରମେଶ ଚନ୍ଦ୍ର ସେଠି (ସାଧାରଣ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସମସ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।