ମହିମା ଧ୍ୱନିରେ କମ୍ପି ଉଠିଲା ତପୋବନ
ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ : ଢେଙ୍କାନାଳର ପ୍ରସିଦ୍ଧ କପିଳାସ ପାଦଦେଶରେ ଅବସ୍ଥିତ ମହିମାଧର୍ମର ଆଦିପୀଠ ତପୋବନଠାରେ ସୋମବାର ଶୁକ୍ଳ ଦଶମୀ ତିଥିରେ ବାର୍ଷିକ ମହିମା ମେଳା ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଲୁଙ୍କ ସମାଗମରେ ସମଗ୍ର ପୀଠ ଉସôବ ମୁଖର ହୋଇ ଉଠିଥିଲା ସବୁଜ ବନାନୀ ବଳୟ ଶାନ୍ତ ପରିବେଶରେ ସାଧୁ ସନ୍ଥମାନେ ଅଖଣ୍ଡ ଝୀଡ଼ବତି ଓ ବ୍ରହ୍ମଧୁନିରେ ବିଶ୍ୱର ମଙ୍ଗଳ ପାଇଁ ଘୃତାହୁତି କରି ସମୂହ ପ୍ରାର୍ଥନା କରିଥିଲେ । ପୀଠ ପରିସରରେ ଅବସ୍ଥିତ ଚକାପଥର ଉପରେ ବତି, ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ବ୍ରହ୍ମଧୁନି ସ୍ଥାପନ କରାଯାଇଥଲା । ସାଧୁସନ୍ଥମାନେ ବେଢ଼ା ପରିକ୍ରମା, ଭଜନ, ଗାନ କରିଥଲେ । ପୀଠ ପରିସରରେ ବ୍ରାହ୍ମ ମୁହୂର୍ତରୁ ଅଖଣ୍ଡ ଭଜନ ଆରମ୍ଭ ହୋଇଥିଲା । ରାଜ୍ୟରବିଭିନ୍ନ ପ୍ରାନ୍ତରୁ ୨୦ରୁ ଉର୍ଦ୍ଧ୍ୱ ଖଞଣି ଭଜନ ଗୋଷ୍ଠୀଙ୍କ ସମେତ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ସାଧୁସନ୍ଥ ସମାଗମ ହୋଇଥିଲେ । ଅପରାହ୍ନ ୨ଟାରେ ଆୟୋଜିତ ଧର୍ମ ସଭାରେ ତପୋବନ ପତ୍ରିକା ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମର ମହାନିତ୍ୟ ସାଧୁଭଚ୍ଚ ମଣ୍ଡଳୀର ସଭାପତି ବାବା ରଘୁନାଥ ଦାସ, ଦେବେନ୍ଦ୍ର ବାବା ବିନୋଦ ବାବା, ଜ୍ଞାନ ବାବା, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଅକ୍ଷରକ୍ଷୀ ଅଧିକ୍ଷୀକ ଅଭିନବ ସୋନକର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ ଓ ତପୋବନ ପତ୍ରିକାର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏତଦବ୍ୟତୀତ ଗୁରୁ ଶିଷ୍ୟ ମିଳନ ଦିବସ ପାଳନ ଅବସରରେ ଛୋଟ ପିଲାମାନଙ୍କ ମୁଣ୍ଡନ କରାଯାଇଥିଲା । ସାଧୁ ଏବଂ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୃତୟନ ହୋଇଥିଲେ ।