ଆନିମିଆ ରୋଗୀଙ୍କୁ ରକ୍ତ ଦେଇ  ବଞ୍ଚାଇଲେ ମୋହନ

ମାଲକାନଗିରି: ମାଲକାନାଗିରି ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସିିତ ଥିବା ଚଲାଣଗୁଡ଼ା ପଞ୍ଚାୟତ ଟିଟିବିରୀ ଗ୍ରାମର ଭୀମ ମାଡକାମୀ ଗୁରୁତର ଆନିମିୟା ରୋଗ ଯୋଗୁ ତାଙ୍କୁ ‘ଓ’ ପଜେଟିଭ ରକ୍ତର ଆବଶ୍ୟକ ଥିଲା । ଡାକ୍ତର ତୁରନ୍ତ ରକ୍ତ ଯୋଗାଡ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ରକ୍ତ ଯୋଗାଡ ପାଇ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରି ନିରାଶ ହେବା ପରେ ରିକ୍ଲାମେସନ୍ ରାଇଜିଂ କ୍ଲବ ମୁଖ୍ୟ ଉପଦେଷ୍ଟା  ଲଷ୍ମୀନାରାୟଣ ସେଠୀଙ୍କୁ ଯୋଗାଯୋଗ କରିଥିଲେ । ତେବେ ଏହି ଖବର ଶ୍ରୀ ସେଠୀ ଜାଣିବା ପରେ ରିକ୍ଲାମେସନ୍ କଲୋନୀର ରାଇଜିଂ କ୍ଲବ ସଦସ୍ୟ ମୋହନ ସିଂଘମଙ୍କୁ ତୁରନ୍ତ ଯୋଗାଯୋଗ କରିଥିଲେ । ମାନବିକତା ଦେଖାଇ ମୋହନ ସହାୟତା ପାଇ ଆଗେଇ ଆସିଥିଲେ । ଏବଂ ରକ୍ତଦାନ କରି ଭୀମ ମାଡକାମୀଙ୍କ  ଜୀବନ ବଞ୍ଚାଇଥିଲେ । ତେବେ ତାଙ୍କର ଏଭଳି ମହତ୍ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ଅବସରରେ ଅଧ୍ୟାପକ ମାଲକାନଗିରି ମହା ବିଦ୍ୟାଳୟ ଗୌତମ ନାୟକ, ସମ୍ପାଦକ ରିକ୍ଲାମେସନ୍ ରାଇଜିଂ କ୍ଲବ କେ.ରାହୁଲ, ଏକଜକୁ୍ୟଟିଭ ମେମ୍ବର ରିକ୍ଲାମେସନ୍ ରାଇଜିଂ କ୍ଲବ ସତ୍ୟଜିତ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।