ସ୍ୱଚ୍ଛ ବାୟୁ ଦିବସ ପାଳିତ


ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମେ ଆଇ ହେଲପ୍ ୟୁର ମିଳିତ ଆୟୋଜନରେ ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା.ସୁମିତ୍ରା ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଡା.ମୃତୁ୍ୟଞ୍ଜୟ ମିଶ୍ର ଯୋଗ ଦେଇ ବାୟୁ ପ୍ରଦୁ୍ୟଷଣକୁ ରୋକିବା ପାଇଁ ବୃକ୍ଷ ରୋପଣ, ସାଇକେଲ ଚାଳନା, ସୋଲାର ଲାଇଟ, ବ୍ୟାଟେରୀ ଚାଳିତ ଗାଡିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂକ୍ରମଣ ରୋଗ ବିଶେଷଜ୍ଞ ଡା.ଅରୂପ ଅଭିଷେକ, ଡିପିଏମ ଅନିଲ ମହାନ୍ତି, ମୌସୁମୀ ସାମଲ ଓ ଶାସ୍ୱତୀ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରାମଣି କାନ୍ତ ଭଞ୍ଜ ପରିଚାଳନା କରିଥିଲେ ।