ଅନଶନରେ ଅଖିଳ ଭାରତୀୟ ରେଳ ଚାଳକ ସଂଘ ଓ ପୂର୍ବତଟ ଶ୍ରମିକ କଂଗ୍ରେସ 

ଯଖପୁରା : ଅଖିଳ ଭାରତୀୟ ରେଳ ଚାଳକ ସଂଘ ଓ ପୂର୍ବତଟ ରେଳପଥର ଶ୍ରମିକ କଂଗ୍ରେସ ନିଜର ବିଭିନ୍ନ ସମସ୍ୟାକୁ ନେଇ ଆନେ୍ଦାଳନରେ ବସିଛନ୍ତି । ପୂର୍ବତଟ ରେଳ ବିଭାଗର ଅନେକ ରେଳ ଷ୍ଟେସନରେ ଆନେ୍ଦାଳନ ଜାରି ରହିଛି ।୧୧ ଦଫା ଦାବିକୁ ନେଇ ଉଭୟ ସଂଗଠନ ଅନସନରେ ବସିଛନ୍ତି ।ଏମଜିକେ ଅନୁଯାୟୀ ୧୨୦କିଲୋମିଟର ଦୈନିକ ମାଇଲେଜ ଭତା ପ୍ରଦାନ କରିବା, ରେଳ ଚାଳକଙ୍କ ୯ ଘଂଟା କାର୍ଯ୍ୟ ସମୟ ଲାଗୁ କରିବା, ବେନିୟମ ଭାବରେ କାର୍ଯ୍ୟ ସମୟକୁ କାଟିଦେବା, ଦୁଇ ରାତି ଡୁ୍ୟଟି କଲାପରେ ରାତ୍ରି ବିଶ୍ରାମ ଦେବା, ରେଳ ଚାଳକଙ୍କୁ ୩୬ଘଂଟା ଭିତରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା, ରେଳ ବୋର୍ଡର ନିୟମ ଅନୁଯାୟୀ ରନିଂ ରୁମ ଖୋଲିବା, ଟ୍ରାଙ୍ଗୁଲାର କାର୍ଯ୍ୟ ଶୈଳୀକୁ ବନ୍ଦ କରିବା, ଗାର୍ଡ ବ୍ରେକ ଭ୍ୟାନର ଉପଯୁକ୍ତ ମରାମତି କରିବା, ସମସ୍ତ ରେଳ ଇଂଜିନରେ ଏସି ଲଗାଇବା ସହିତ ଖରାପ ଏସି ଗୁଡିକର ତୁରନ୍ତ ମରାମତି କରିବା, ଇଞ୍ଜିନରେ ଟୁଲବକ୍ସ ଓ ଲାଇନ ବକ୍ସର ବ୍ୟବସ୍ତା କରିବା ଆଦି ୧୧ଦଫା ଦାବି ନେଇ ରେଳ ଚାଳକ ଓ ରେଳ ପରିଚାଳକଙ୍କ ନିମନ୍ତେ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସ ତରଫରୁ ପୂର୍ବତଟ ରେଳପଥର ଚାଳକ ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନର ଡାକରା ଦିଆଯାଇଛି । ସେହି କ୍ରମରେ ଜଖପୁରା ରେଳ ଷ୍ଟେସନଠାରେ ସଂଗଠନ ପକ୍ଷରୁ ଅନଶନ ଚାଲୁ ରହିଛି । ଆନେ୍ଦାଳନକୁ ଅଖିଳ ଭାରତୀୟ ରେଳ ଚାଳକ ସଙ୍ଘର ପୂର୍ବତଟ ରେଳପଥ ଶାଖା ପୂର୍ଣ ସମର୍ଥନ ଦେଇଥିବା ବେଳେ ଦାବି ଗୁଡିକ ପୁରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଅଖିଳ ଭାରତୀୟ ରେଳ ଚାଳକ ସଂଘ ତରଫରୁ କୁହା ଯାଇଛି । ଯଖପୁରା ଠାରେ ଶ୍ରମିକ କଂଗ୍ରେସ ନେତା ନିରଞ୍ଜନ ମିଶ୍ର, ବିନ୍ ସ୍ୱାଇଁ, ଅଶୋକ ଜେନା, ଆଶିଷ କୁମାର ସ୍ୱାଇଁ, ପବିତ୍ର ସାମଲ ପ୍ରମୁଖ ଓ ରେଳ ଚାଳକ ସଂଘ ତରଫରୁ ଶାଖା ସଚିବ ଉମେଶ ଚନ୍ଦ୍ର ମହାରଣା, ରାଜୀବ ପରିଡ଼ା, ବିକେ ଗାନ, ସୁଜିତ୍ ଦାସ, ଲଖନ୍ କୁମାର, ଏନଡି ଆର୍ଯ୍ୟ ପ୍ରମୁଖ ଓ ଅନେକ ରନିଙ୍ଗ କର୍ମଚାରୀ ଅନଶନରେ ବସିଛନ୍ତି ।