+୨ ରେ ସନ୍ଦିପଙ୍କ ସଫଳତା
ବରୀ : ବରୀ ବ୍ଲକ ରଂପା ପଞ୍ଚାୟତର ଛାତ୍ର ସନ୍ଦିପ୍ ସୌରଭ +୨ ବିଜ୍ଞାନ ପରୀକ୍ଷାରେ ୯୩ ପ୍ରତିଶତ ମାର୍କ ରଖି ସଫଳତା ପାଇଥିବା ଜଣାପଡିଛି । ବରୀ ବ୍ଲକର ସମ୍ବାଦ ପ୍ରତିନିଧି ସଂଜୟ କୁମାର ବେହେରା ଓ ମାତା ସ୍ୱର୍ଗତା ରଶ୍ମିରେଖା ବେହେରାଙ୍କ ପୁତ୍ର ଅଟନ୍ତି । ସେ ଯାଜପୁର ରୋଡସ୍ଥିତ ତଣ୍ଡରା ପ୍ରୟାସ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧ୍ୟୟନ କରୁଥିଲେ । ମୋଟ ୫୫୮ ମାର୍କ ରଖିଛନ୍ତି । ତାଙ୍କର ସଫଳତା ପାଇଁ ସେ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ଦାସଙ୍କ ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶ୍ରେୟ ଦେଇଛନ୍ତି । ଭବିଶ୍ୟତରେ ଜଣେ ଆଇଆଇଟି ଇଂଜିନିୟର ହେବେ ବୋଲି ପ୍ରକାଶ କରିଛନ୍ତି ।