ବର୍ଷାରେ ଭାଙ୍ଗିଗଲା ଛପରଘର
ାା ପ୍ରଭାନୁ୍ୟଜ୍ ।ା ବାଲିକୁଦା : ଆଉ କଚ୍ଚାଘର ରହିବନି । ଆବାସ ଯୋଜନାରେ ଗରିବଙ୍କୁ ମିଳିବ ପକ୍କାଘର । ମୁଣ୍ଡ ଉପରେ ଛାତ ପାଇଁ ପ୍ରଣୀତ ଆବାସ ଯୋଜନାରୁ ବଞ୍ଚିତ ଥିବା ଗରିବ ପରିବାର କିଭଳି ଦହଗଞ୍ଜ ହେଉଛନ୍ତି, ତାହାର ଉଦାହରଣ ହେଉଛନ୍ତି ପୁରସ୍ତମ ଭଞ୍ଜ । ବଡ଼ଚଣା ବ୍ଲକ ବାଲିପଡିଆ ପଞ୍ଚାୟତ ଦେକୁଡି ଉପର ପାଳର ପୁରସ୍ତମ ଭଞ୍ଜ । ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତଥିବା ପୁରସ୍ତମ ପରିବାର ମାଟିଘରେ ରହିଆସୁଛନ୍ତି । ସ୍ତ୍ରୀ ଓ ଛୋଟ ଝିଅଟିକୁ ନେଇ ରହୁଥିବା ଘରଟି ବର୍ଷାରେ ଭାଙ୍ଗି ତଳେ ଲୋଟିଛି । ଅତ୍ୟନ୍ତ ଗରିବ ପୁରସ୍ତବଙ୍କ ପାଇଁ ପରଘର ସାହା ହୋଇଛି । ହେଲେ ଘର ମାଟିରେ ଲୋଟିଥିଲେ ହେଁ ପ୍ରଶାସନ ପକ୍ଷରୁ ପାଲଖଣ୍ଡିଏବି ଯୋଗାଇ ଦିଆଯାଇନି । ଏପରିକି ପୁରସ୍ତମଙ୍କ ପାଖରେ କେହି ପହଁଚିନାହାନ୍ତି । ଏଣୁ ସରକାରୀ ସାହାଯ୍ୟରୁ ବଞ୍ଚିତ ପୁରସ୍ତମ ବର୍ଷା ନଥିବା ଭଙ୍ଗା ଘରେ ଛୋଟ ପିଲାକୁ ନେଇ ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷା ହେଲେ କି ପବନ ଆସିଲେ ଛୋଟ ପିଲାଟି ଧରି ଅନ୍ୟ ଘରେ ଆଶ୍ରୟ ନିଅନ୍ତି । ପ୍ରଶାସନର ନଜର କେବେ ପଡ଼ୁଛି ପରସ୍ତମଙ୍କୁ ସାହାଯ୍ୟ କେବେ ମିଳୁଛି, ତାହା ଦେଖିବାର ଅଛି ।