ଅନାବାଦି ରାସ୍ତାକୁ ନେଇ ଆକ୍ରମଣ

 କାକଟପୁର : କାକଟପୁର ଥାନା ଅନ୍ତର୍ଗତ ବୋଇତକୁଦ ଗ୍ରାମର ଅନାବାଦୀ ରାସ୍ତାକୁ ନେଇ ଶ୍ରୀଧରଦାସ, ବିଚି ଦାସ ଏବଂ ଭଗବାନ ଦାସଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗିରହିଥିବାରୁ ଉଭୟ ପରିବାର ପୂର୍ବରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଭଗବାନ ଦାସ ନିଜ ଜିଦରେ ରହି ରାସ୍ତା କରିବାକୁ ଉଦ୍ୟମ କରିବାରୁ କାକଟପୁର ଥାନା ଆଇଆଇସି ଭଗବାନଙ୍କୁ ଗୋଚର ଜମିରେ କୌଣସି ରାସ୍ତା କରିବାକୁ ବାରଣ କରିଥିଲେ, ଗତ କାଲି ଭଗବାନ ଦାସ କିଛି ମେଣ୍ଟାଲ ଆଣି ରାସ୍ତାରେ ଗଲାବେଳେ ଶ୍ରୀଧର ଓ ବିଚିତ୍ର ଏହାକୁ ବିରୋଧ କରିବାରୁ, ଉତ୍ୟକ୍ତ ଭଗବାନ ଓ ଅଜୟଙ୍କ ପରିବାର ଏକ ଲୁହା ହାତୁଡ଼ା ଆଣି ଶ୍ରୀଧର ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଶ୍ରୀଧର ଏବଂ ବିଚିତ୍ର ସହିତ ତାଙ୍କ ମା କୁ ପ୍ରବଳ ମାଡ ଯୋଗୁଁ ମୁଣ୍ଡ ଫାଟି ରକ୍ତାକ୍ତ ହୋଇ ପଡ଼ିଥିଲେ ସ୍ଥାନୀୟ ଲୋକେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇ ଥିବା ବେଳେ ଅଧିକ ଗୁରୁତରଙ୍କୁ କଟକ ମେଡିକାଲ ପଠାଯାଇଛି । ଅପର ପକ୍ଷରେ କାକଟପୁର ଥାନା ପକ୍ଷରୁ ଉଭୟଙ୍କ ଏତଲା କୁ ଭିତ୍ତି କରି ୨ ଗୋଟି ମାମଲା ୮୪/୨୦୨୫ ଏବଂ ୮୫/୨୦୨୫ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଇଛି ବୋଲି କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।