ବିଭିନ୍ନ ପ୍ରସଙ୍ଗରେ ଉପଜିଲ୍ଲାପାଳଙ୍କୁ ଘେରିଲା ଭୀମ ଆର୍ମି
ଆନନ୍ଦପୁର : ରାଜ୍ୟ ସରକାରଙ୍କ ଦଳିତମାନଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଥିବା ବେଳେ, ଏହାକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଭୀମ ଆର୍ମି ପକ୍ଷରୁ ଜିଲ୍ଲା ସଭାପତି ସତ୍ୟବ୍ରତ ଜେନାଙ୍କ ନେତୃତ୍ୱରେ ଆନନ୍ଦପୁର ବ୍ରିଜ୍ ଛକ ଠାରୁ ଏକ ବିକ୍ଷୋଭ ଯାତ୍ରା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ. ମଦ ବିରୋଧୀ ଆନେ୍ଦାଳନର ସୂତ୍ରଧର ଯମୁନା ଜେନାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି, ଝାଡ଼କୁଣ୍ଡି ଗ୍ରାମରେ ଦଳିତ ପରିବାର ର ଦୋକାନ ଗୃହ ଭାଙ୍ଗିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ହାଟଡିହି ଅଢେଇଦ୍ୱାର ରେ ଦଳିତ ମାନଙ୍କୁ ମନ୍ଦିର ମଧ୍ୟ୍ୟରେ ପ୍ରବେଶ କରାଇନଦେବା, ଶାସଙ୍ଗ ପଞ୍ଚାୟତ ବଡ଼ତିରା ଗ୍ରାମରେ ଅନ୍ତଃ ଜାତି ବିବାହ କରିଥିବା ଦୁଇ ଯୁବକଙ୍କୁ ସାମାଜିଜ ବାସନ୍ଦରୁ ନିବୃତ କରିବା ସହିତ ୧୪ ଦଫା ଦାବି କୁ ନେଇ ଭୀମ ଆର୍ମି ପକ୍ଷରୁ ଉପଜିଲ୍ଲାପାଳ ନୀଳମାଧବ ସୁନା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା.ଏହି ସମୟରେ ଘସିପୁରା ବ୍ଲକ୍ ସଭାପତି ରଶ୍ମି ରଞ୍ଜନ ଜେନା, ହାଟଡିହି ବ୍ଲକ୍ କାର୍ଯ୍ୟକାରୀ ସଭାପତି ଶୁଶାନ୍ତ ଜେନା, ଉପଦେଷ୍ଟା ବିଶ୍ୱନାଥ ଜେନା, ଯମୁନା ଜେନାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତଥିଲେ ।