‘ଯୋଗକୁ ଅଙ୍ଗୀକାର କଲେ ଜୀବନ ସୁଖମୟ ହେବ’
ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ନାଇଜରଠାରେ ଆୟୋଜିତ ହୋଇଥିବା ପରମାଣୁ ଉର୍ଜ୍ଜା ବିଭାଗର ସପ୍ତମ ଜାତୀୟ ଯୋଗ ସମ୍ମିଳନୀ ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନୀ ଉସôବରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ନିଦେ୍ର୍ଦଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉକôଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ ଦାସ କହିଲେ ଯେ ଯୋଗକୁ ଅଙ୍ଗୀକାର କରିପାରିଲେ ଜୀବନ ସୁଖମୟ ହେବ । ବର୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଦେଖା ଦେଉଥିବା ମାନସିକ ଚାପକୁ ଆଖି ଆଗରେ ରଖି, କେମିତି ତାର ସମାଧାନ ହୋଇପାରିବ ସେଥିପାଇଁ ପ୍ରତି କଲେଜରେ ଯୋଗ ଶୀକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ ।ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ରାଜଯୋଗିନୀ ଦୁର୍ଗେସ ନନ୍ଦିନୀ କହିଲେ ଯେ ଯୋଗ ଅଭ୍ୟାସ ଦ୍ୱାରା ସାଧକଙ୍କ ଠାରେ ସକାରାତ୍ମକ ଭାବନା ଉଦ୍ଜିବୀତ ହେବା ସଂଗେ ସଂଗେ ପ୍ରତିକ୍ଷେତ୍ରରେ ସଫଳତା ଆଣି ଦେବ । ସଭାରେ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ସମ୍ମିଳନୀର ଉପ-ସଂଯୋଜକ ଡ. ତପନ ମିଶ୍ର । ଆଗାମୀ ଦିନରେ ଯୋଗକୁ ନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନାଇଜର ପ୍ରସ୍ତୁତ ବୋଲଇ ନିଦେ୍ର୍ଦଶକ ପ୍ରଫେସର ଘୋଷ ଘୋଷଣା କରିଥିଲେ ।