ଅନୁପସିଂ ଦେଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର : ସେମିଫାଇନାଲରେ ମଣ୍ଡଳ ଟିମ୍

 ନୂଆପଡା : ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ୧୬ ତମ ରାଜା ଅନୁପସିଂ ଦେଓ ମୋମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମଲ୍ୟବନ୍ତ ସୁନା ଜୋନ ୪ ଜିଲ୍ଲା ପରିଷଦ ସଭ୍ୟ  ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିନର ମ୍ୟାଚ ମଣ୍ଡଳ ଏବଂ ଖରିଆର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ଦଳ ୧-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଥିଲା । ବଳରାମ ସରାଫ, ସୌରଭ ପଣ୍ଡା, ନିଲୁ ଭୋଇ ଏବଂ ତାପସ ପତି   ପରିଚାଳନା କରିଥିବାବେଳେ ନନ୍ଦୁ ସାହୁ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ  । ସେହିଭଳି ଅନୁପସିଂ ଦେଓ ମେମୋରିଅଲ ଟ୍ରଷ୍ଟ ସଭାପତି ଅଙ୍କିତ ସିଂଦେଓ, ସମ୍ପାଦକ ଟୁନା ନାଏକ, ପ୍ରଭୁ ଦତ୍ତ ଗଉଡ , ଝିନ୍ତୁ ମହାପାତ୍ର, ମହମ୍ମଦ ଆକିବ ରାଜା, ଦେବ ପ୍ରଧାନ, ତପନ ପାତ୍ର,ବିବେକାନନ୍ଦ ପୋଡ, ଆରିଫ ମହମ୍ମଦ, ପ୍ରଶାନ୍ତ ପଟ୍ଟନାୟକ, ସୁଶାନ୍ତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥଲେ ।