ରାଜସ୍ୱ ଅମଲାଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ
ଫୁଲବାଣୀ : ଦଶ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି ରାଜସ୍ୱ ଅମଲା । କନ୍ଧମାଳ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ସାମୂହିକ ଛୁଟି ନେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ଦାବି ପୂରଣ କରିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘର ଜିଲ୍ଲା ସଭାପତି ଗଣେଶ ନାୟକ, ସଂପାଦକ ସୀମାଞ୍ଚଳ ପଣ୍ଡା ପ୍ରକାଶ କରିଛନ୍ତି । ଆନେ୍ଦାଳନ ଯୋଗୁଁ ଜନ ସାଧାରଣଙ୍କ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି । ଦାବିଗୁଡିକ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଲେବେଲ୍-୯କୁ ବୃଦ୍ଧି କରିବା, ଜିଲ୍ଲାପାଳମାନଙ୍କ ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରାଯିବା, ପୁରାତନ ପେନସନ୍ ଯୋଜନା ଲାଗୁ ଇତ୍ୟାଦି ଦାବି କରାଯାଇଛି । ଫୁଲବାଣୀ ଓ ବାଲିଗୁଡା ଠାରେ ଜିଲ୍ଲାର ୨୬୮ ଜଣ ରାଜସ୍ୱ ଅମଲା ଏହି ଆନେ୍ଦାଳନରେ ସାମିଲ ହୋଇଛନ୍ତି ।
ଅନୁଗୁଳ : ଓଡ଼ିଶା ରାଜସ୍ୱ ଅମଲା ସଂଘ ଅନୁଗୁଳ ଜିଲ୍ଲା ଶାଖା ପକ୍ଷରୁ ତହସିଲ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିବା ସହ ଧାରଣାରେ ବସିଥିବା ଜଣା ପଡ଼ିଛି । ପ୍ରକାଶ ଯେ, ଓଡ଼ିଶା ରାଜସ୍ୱ ଅମଲା ସଂଘ ମୂଳ ଦରମା ଲେବୁଲ୍ ୯ ଓ ୧୦ ଦଫା ଦାବି ନେଇ ସରକାରଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି । ଦାବିଗୁଡିକ ମଧ୍ୟରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଲେଭେଲ୍ ୯କୁ ବୃଦ୍ଧି କରିବା, ଜିଲ୍ଲାପାଳମାନଙ୍କ ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରିବା, ମୃତ କର୍ମଚାରୀଙ୍କ ପରିବାରକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ନୂତନ ପେନ୍ସନ୍ ଯୋଜନାକୁ ରଦ୍ଦ କରି ପୁରାତନ ପେନ୍ସନ୍ ଯୋଜନା ଲାଗୁ କରିବା ଆଦି ୧୦ଟି ଦାବି ନେଇ ସଂଘ ଆନେ୍ଦାଳନକୁ ଓହ୍ଲାଇଛି । ଓଡ଼ିଶା ରାଜସ୍ୱ ଅମଲା ସଂଘର ସଦସ୍ୟ ତଥା ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଲଳିତ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଆନେ୍ଦାଳନରେ ସମସ୍ତ ଅମଲା ଯୋଗ ଦେଇଥିଲେ ।
ଢେଙ୍କାନାଳ: ଓଡ଼ିଶା ରାଜସ୍ୱ ଅମଲା ସଂଘ ଢ଼େଙ୍କାନାଳ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାଙ୍କ ମୂଳ ଦରମା ଲେବୁଲ ୯ର ଆମର ଦାବି ନେଇ ଶତାଧିକ ଅମଲା କର୍ମଚାରୀମାନେ ଧାରଣାରେ ବସିଛନ୍ତି । ସଭାପତି ବିଭୂତି ଭୂଷଣ ପଟ୍ଟନାୟକ ସଭାପତିତ୍ୱରେ ଏହି ଧାରଣା କାର୍ଯ୍ୟକ୍ରମ ଚାଲୁ ରହିଛି ।
ଖଇରା: ରାଜ୍ୟ ରାଜସ୍ୱ ଅମଲା ସଂଘ ଡାକରାରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ସାମୂହିକ ଛୁଟିରେ ରହିଛନ୍ତି । ସରକାର ୧୦ଦଫା ଦାବି ପୂରଣ କରି ନୋଟିଫିକେସନ ବାହାର ନ କରିବା ପର୍ଯ୍ୟନ୍ତ, ଏହି ବର୍ଗର କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଖଇରା ତହସିଲ ଓ ବ୍ଲକରେ କାର୍ଯ୍ୟରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ଦାବି ମଧ୍ୟରେ ମୂଳ ଦରମା ଓଆରଏସପି ନିୟମ ଅନୁଯାୟୀ ଲେବେଲ୯କୁ ବୃଦ୍ଧି କରିବା, ଜିଲ୍ଲାପାଳଙ୍କ ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପନର୍ଗଠନ କରାଯିବା, ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରିବା, ମୃତ କର୍ମଚାରୀଙ୍କ ପରିବାରକୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ୧୦ଟି ଦାବି ନେଇ ସଂଘ ଆନେ୍ଦାଳନକୁ ଓହ୍ଲାଇଛି । ଖଇରା ବ୍ଲକର ପ୍ରତିଷ୍ଠାନ ଅଧିକାରୀ ବ୍ରହ୍ମାନନ୍ଦ ଦାଶ, ବରିଷ୍ଠ ରାଜସ୍ୱ ସହାୟକ ଟିକୁନ କୁମାର ଶିଅଳ, ମଧୁସ୍ମିତା ସ, ସୁଧାସିନ୍ଧୁ ବେହେରା, ହରିହର ଶିଅଳ, ମଧୁସୂଦନ ଦେହୁରୀ, ହେମନ୍ତ କୁମାର ସାମଲ, ପ୍ରମୋଥେସ ପରମାଣିକ, ମନୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ, ସ୍ମୃତି ରଞ୍ଜନ ବେହେରା, ଶିବ ପ୍ରସାଦ ମୁର୍ମୁ, ମାନସ ରଞ୍ଜନ ପଲାଇ, ଜ୍ୟୋତିର୍ମୟ ଭୁୟାଁ ପ୍ରମୁଖ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ ।