ଅନ୍ତରୀକ୍ଷ ଦିବସରେ ସାଂସଦଙ୍କ ଯୋଗଦାନ
ଆନନ୍ଦପୁର: ହାଟଡିହି ବ୍ଳକ ହଦଗଡ ନବୋଦୟ ବିଦ୍ୟାଳୟରେ ଅଧ୍ୟାପକ ପ୍ରଦୀପ ଭୂୟାଁଙ୍କ ସଂଯୋଜନାରେ ପାଳିତ ହୋଇଥିବା ଜାତୀୟ ଅନ୍ତରିକ୍ଷ ଦିବସରେ ସାଂସଦ ଅନନ୍ତ ନାଏକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପେକ୍ଷୀରେ ମାନ୍ୟବର ସାଂସଦ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ରସରକାର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ସହିତ ଛାତ୍ରଛାତ୍ରୀଙ୍କୁ ଭାରତୀୟ ବୈଜ୍ଞାନିକ କିପରି ସାରା ବିଶ୍ୱରେ ନିଜର ସଫଳତା ପ୍ରତିପାଦନ କରିଛନ୍ତି ସେନେଇ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥୀ ବିଜେପି ନେତା ଆଲୋକ ସେଠୀ, ଆନନ୍ଦପୁର ପୌରପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ଯୋଗଦେଇ ଦିବସର ମହତ୍ୱ ସମ୍ପର୍କରେ କହିଥିସଲେ । ଏହିକ୍ରମରେ ଛାତ୍ରଛାତ୍ରୀ ବିଭିନ୍ନ ଅନ୍ତରିକ୍ଷ ଯାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରୀତି ରଞ୍ଜନ ରାଜୁଲା, ସୁବାସ ଚଦ୍ର ନାଏକ, ରଞ୍ଜିତା ବିଶ୍ୱାଳ, ସୀତା ମର୍ମୁ, ସଞ୍ଜୟ ପାଢ଼ୀ, ଶଙ୍କଲ ଲାଲ, ନିତ୍ୟାନନ୍ଦ ପାତ୍ର, ସୁକାନ୍ତି ଦାସ, ଶୁଭ୍ରଜିତ ଭୂୟାଁ, ପ୍ରଦୀପ ଭୂୟାଁ ପ୍ରମୁଖ ରହିଥିରଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
