କୁକର୍ମକୁ ୧୦ବର୍ଷ ଜେଲ ଦଣ୍ଡାଦେଶ

ଯାଜପୁର ଟାଉନ: ଶନିବାର ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ଜଜ୍ ବିଜୟ କୁମାର ଜେନା ଜନୈକା ନାବାଳିକା ବଳାକôାରୀ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଓ ୫ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଂଚଳର ଜନୈକା ୧୩ବର୍ଷିୟା ୬ଷ୍ଠ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଗଣେଶ୍ୱର ଦଳାଇଙ୍କ ପୁଅ ପ୍ରଶାନ୍ତ ଦଳେଇ (୨୭) ଅପହରଣ କରି ବଳାକôାର କରିଥିବା ଅଭିଯୋଗ ହୋଇଥିଲା । ଗତ ୨୦୧୯ ମସିହା ଜାନୁୟାରୀ ମାସ ୨୮ତାରିଖ ଦିନ ୬ଷ୍ଠ ଶ୍ରେଣୀର ୧୩ବର୍ଷିୟା ନାବାଳିକା ଦିବା ୧୨ଘଟିକା ସମୟରେ ଘରେ ଥିବାବେଳେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରଶାନ୍ତ ଦଳାଇ ନାମକ ଯୁବକ ଯେକି ପୀଡିତାର ସଂପର୍କୀୟ ଭାଇ ହେବେ । ସେ ପୀଡିତାକୁ ବିବାହ ପ୍ରଲୋଭନ ଦେଖାଇ ଚଣ୍ଡିଖୋଲ ମହାବିନାୟକ ମନ୍ଦିରକୁ ନେଇଯାଇଥିଲା । ପରେ ଅଭିଯୁକ୍ତ ପ୍ରଶାନ୍ତ ଦଳେଇ ନାବାଳିକାକୁ ଚଣ୍ଡିଖୋଲ ଠାରେ ଜଣେ ସଂପର୍କୀୟଙ୍କ ଘରେ ରଖି ନାବାଳିକାର ଅନିଚ୍ଛା ସତ୍ୱେ ତାକୁ ବିବାହର ପ୍ରଲୋଭନ ଦେଖାଇ ୫ଦିନ ଧରି ବଳାକôାର କରିଥିଲା । ଅପରପକ୍ଷରେ ନାବଳିକାର ପରିବାର ଲୋକେ ଅପହରଣ ଦିନଠାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇବା ପରେ ଚଣ୍ଡିଖୋଲ ଠାରେ ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ନାବାଳିକା ଜଣକ ଅଭିଯୁକ୍ତ ପ୍ରଶାନ୍ତ ଦଳାଇ ତାକୁ ବିବାହର ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ଉଠାଇ ଆଣି ୫ଦିନ ଧରି ବଳାକôାର କରିଥିବା ଘଟଣା କହିବା ପରେ ବାଲିଚନ୍ଦ୍ରପୁର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଏତଲାକୁ ଭିତି କରି ବାଲିଚନ୍ଦ୍ରପୁର ଥାନା କେଶ୍ ନଂ୩୧/୨୦୧୯ ମାମଲା ରୁଜୁକରି ପ୍ରଶାନ୍ତ ଦଳାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ଚୁଡାନ୍ତ ଶୁଣାଣି କରି ୧୧ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତିକରି ଅଭିଯୁକ୍ତ ପ୍ରଶାନ୍ତ ଦଳାଇକୁ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ଜଜ୍ ୧୦ବର୍ଷ ଜେଲ ଓ ୫ହଜାର ଟଙ୍କା ଜରିମାନା କରି ରାୟ ପ୍ରକାଶ କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଧିକ ୩ମାସ ଜେଲ୍ ଭୋଗିବେ ବୋଲି ରାୟରେ ପ୍ରକାଶିତ ହୋଇଛି । ପୀଡିତା ନାବାଳିକାକୁ ୩ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଇନ୍ ସେବା ପ୍ରାଧିକରଣକୁ ର୍ନିେଶ ପ୍ରଦାନ କରିଛନ୍ତି । ମାମଲାଟିକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ ।