ପଥର ଖଣିରେ ଶ୍ରମିକ ମୃତୁ୍ୟକୁ ନେଇ ଉତ୍ତେଜନା : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

 ଢେଙ୍କାନାଳ:  ଢେଙ୍କାନାଳ ଓଡ଼ପଡା ତହସିଲ ଅନ୍ତର୍ଗତ ଇନ୍ଦିପୁର ପଥର ଖଣିରେ ଜଣେ ଶ୍ରମିକର ମୃତୁ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଶ୍ରମିକ ଜଣଙ୍କ ସଦର ଥାନା ଅନ୍ତର୍ଗତ ବେଶାଳିଆ ଗ୍ରାମର ଅକ୍ଷୟ ନାୟକ ବୋଲି ଜଣାପଡିଛି । ଅକ୍ଷୟ ଇନ୍ଦିପୁର ମାଙ୍କଡ଼ା ପଥର ଖଣିରେ କାମ କରୁଥିବାବେଳେ ଏଠାରେ ନିୟୋଜିତ ଏକ ଜେସିବି ମେସିନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ମୃତ ଅକ୍ଷୟଙ୍କ ପରିବାର ଓ ଗ୍ରାମବାସୀ ପଥର ଖଣିରେ ମୃତଦେହ ଉଦ୍ଧାର କରିଛନ୍ତି  । ଏହି ଘଟଣା ପରେ ମୃତକ ଗ୍ରାମ ବେସାଳିଆ ଗ୍ରାମବାସୀ ଇନ୍ଦିପୁର ଗୁଣ୍ଡିଚାପଡା ମୁଖ୍ୟ ରାସ୍ତାକୁ ବେସାଳିଆ ହନୁମାନ ମନ୍ଦିର ଛକ ଠାରେ ଅବରୋଧ କରିଛନ୍ତି  । ମୃତକ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ଖଣି ଲିଜ ନେଇଥିବା ଲୋକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ସଦର ଥାନା ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି । ଏପଟେ ଖଣିରୁ ମୃତଦେହ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଜେସିବି ମେସିନକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ଜେସିବି ଅପରେଟର ଫେରାର ଥିବା ଜଣାପଡିଛି । ପରେ ସଦର ପୁଲିସ ବୁଝାସୁଝା କରିବା ସହିତ ଖଣି ଲିଜଧାରୀ ମୃତକ ପରିବାରକୁ ଅନୁକମ୍ପା ମୂଳକ ଆର୍ଥôକ ସହାୟତା ପ୍ରଦାନ କରିବା ପରେ ଆନେ୍ଦାଳନକାରୀମାନେ ରାସ୍ତା ଅବରୋଧରୁ ହଟିଥିବା ଜଣାପଡିଛି ।