ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ଯବାନ ଆହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଓ ଭୋପାଳପଟ୍ଟନମ ଜାତୀୟ ରାଜପଥରେ ନକ୍ସଲମାନେ ଏକ ବଡଧରଣର ବିସ୍ଫୋରଣ କରିଛନ୍ତି । ଗୋର୍ଲା ନାଲା ନିକଟରେ ଏହି ବିସ୍ଫୋରଣ ଘଟିଥିବା ବେଳେ ସୁରକ୍ଷା ବାହିନୀର ଏକ ପିକଅପ୍ ଗାଡ଼ିକୁ ଟାର୍ଗେଟ କରି ମାଓବାଦୀମାନେ ଏକ ଆଇଇଡି ବିସ୍ଫୋରଣ କରିବା ଫଳରେ ରାସ୍ତାରେ ବିଶାଳ ଗର୍ତ୍ତ ସୃଷ୍ଠି ହୋଇଛି । ସୂଚନା ଅନୁଯାୟୀ ଏହି ଯବାନଙ୍କୁ ଟାର୍ଗେର୍ଟ କରି ମାଓବାଦୀମାନେ ବିଜାପୁରର ଗୋର୍ଲା ନାଲା ନିକଟରେ ଏକ ଆଇଡିଆ ବୋମା ବିସ୍ଫୋରଣ ଘଟାଇଥିଲେ । ଏହି ଆକ୍ରମଣରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ବେଳେ ବିସ୍ଫୋରଣ ପରେ ତୁରନ୍ତ ମାଓବାଦୀମାନେ ମଧ୍ୟ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାର ପ୍ରତି ଉତ୍ତର ଦେଇ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ କରିଥିଲେ । ବର୍ତ୍ତମାନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି ଓ ଘଟଣାସ୍ଥଳକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି । ଏହା ସହ ବିସ୍ଫୋରଣ ଯୋଗୁଁ ରାସ୍ତାରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତକୁ ପୋତିବା ପାଇଁ ମଧ୍ୟ ପଦଖେଇ ଆରମ୍ଭ କରାଯାଇଛି ।