ଯୋଗାଣ ବିଭାଗ ପାଖରେ ନାହିଁ ତଥ୍ୟ : ଇ-ଶ୍ରମ କାର୍ଡରେ ରାସନ ହରିଲୁଟ୍ ହୋଇନି ତ?
ବିଞ୍ଝାରପୁର: ଆଜିକାଲି ସବୁ କିଛି ଅନଲାଇନରେ କାର୍ଯ୍ୟ ହେଉଛି । ବିଶେଷ କରି ସରକାର ବଦଳିବା ପରେ ଯୋଗାଣ ବିଭାଗରେ ସ୍ୱଚ୍ଛତା ଆଣିବାକୁ ଖାଉଟିଙ୍କୁ ରାସନ ଯୋଗାଣ କ୍ଷେତ୍ରରେ ମଧ୍ୟ ଅନଲାଇନର ବ୍ୟବସ୍ଥାକୁ ବାଧ୍ୟବାଧକତା କରାଯାଇଛି । ପୂର୍ବ ସରକାରରେ ବି ଅନଲାଇନର ବ୍ୟବସ୍ଥା କରାଯାଇଥିବା ବେଳେ ଯୋଗାଣ ବିଭାଗକୁ ହିତାଧିକାରୀଙ୍କୁ କେତେ ରାସନ ଯୋଗାଇ ଦେଇଛ ତାର ତଥ୍ୟ ମିଳିପାରୁନି । ବିଞ୍ଝାରପୁର ବ୍ଲକରେ ଏଭଳି ସତ୍ୟ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି । ଖବର ମତେ କେଉଁ ଇ-ଶ୍ରମ କାର୍ଡ ହିତାଧିକାରୀଙ୍କୁ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ମିଳଛି ରାସନ କାର୍ଡ ସେ ବିଷୟରେ ତଥ୍ୟ ଦେବାକୁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପାର୍ଥସାରଥୀ ବାରିକ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ୨୦୨୪-୨୫ ଆର୍ଥିକ ବର୍ଷରେ କେତେ ଜଣ ହିତାଧିକାରୀଙ୍କୁ ନୂତନ ରାସନ୍କାର୍ଡ ପ୍ରଦାନ କରାଯାଇଛି ଆଉ କେଉଁ ଇ-ଶ୍ରମକାର୍ଡ଼ ହିତାଧିକାରୀଙ୍କୁ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ରାସନ କାର୍ଡ ମିଳଛି । ହେଲେ ବିଭାଗ ଏହି ତଥ୍ୟ ଦେବାକୁ କୁନ୍ଥୁକୁନ୍ଥୁ ହେଉଥିବା ବେଳେ, ଏ ସର୍ମ୍ପକିତ ତଥ୍ୟ ନଦେବାକୁ ବ୍ଲକ ଯୋଗାଣ ଅଧିକାରୀ ବିଭିନ୍ନ ଉପାୟ ଆପଣାଉଥିବା ଅଭିଯୋଗ କରିଛନ୍ତି । ଶ୍ରୀ ବାରିକଙ୍କୁ ଚିଠିସଂଖ୍ୟା ୨୩୨୭/ତା ୧୭.୦୪.୨୦୨୫ ରେ ଏକ ଚିଠି କରି ବ୍ଲକ୍ ଯୋଗାଣ ଅଧିକାରୀ ଦର୍ଶାଇଛନ୍ତି କି୨୦୨୪-୨୫ ଆର୍ଥିକ ବର୍ଷରେ କେତେଜଣ ହିତାଧିକାରୀଙ୍କୁ ନୂତନ ରାସନ୍କାର୍ଡ ପ୍ରଦାନ କରାଯାଇଛି ତାର କୌଣସି ତଥ୍ୟ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ । ଖାଲି ସେତିକି ନୁହଁ କେଉଁ ଇ-ଶ୍ରମକାର୍ଡ ହିତାଧିକାରୀଙ୍କୁ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ରାସନ କାର୍ଡ ମିଳଛି ତାର କୌଣସି ତଥ୍ୟ ମଧ୍ୟ ନାହିଁ । ଆହୁରି ମଧ୍ୟ ଏସର୍ମ୍ପକିତ ତଥ୍ୟ ଅନଲାଇନ୍ ଡାଟା ବେସରେ ପୂର୍ବରୁ ଥିବା ରାସନ୍ କାର୍ଡ ସହିତ ମିଶି ଯାଇଥିବାରୁ୨୦୨୪-୨୫ର ରାସନକାର୍ଡ ଅଲଗା ବାହାର କରି ହେଉ ନଥିବା ତଥ୍ୟ ନଦେବାର କାରଣ ଦର୍ଶାଇ ଥିଲେ । ଯୋଗାଣ ଅଧିକାରୀ ଆନିବେଶାନ୍ତ ସାହୁ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ କେତେ ଜଣ ଇ-ଶ୍ରମକାର୍ଡ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ନିଦେ୍ର୍ଦଶ ଆସିଥିଲା ଏବଂ ସେଥି ମଧ୍ୟରୁ କେତେ ଜଣଙ୍କୁ ଦିଆଗଲା ଏବଂ କେଉଁ ଯୋଗ୍ୟତା ମାନଦଣ୍ଡ ଅନୁସାରେ ଦିଆଗଲା ଏବଂ ଯେଉଁମାନଙ୍କୁ ବାଦ୍ ଦିଅଗଲା ତାଙ୍କୁ କେଉଁ ଆଧାରରେ ବଂଚିତ କରାଗଲା ତାକୁନେଇ ପ୍ରଶ୍ନ ଉଠିଛି । ଯୋଗ୍ୟଙ୍କ ବଦଳରେ ଅଯୋଗ୍ୟଙ୍କୁ ଏଥିରେ ସାମିଲ୍ କରାଯାଇଥିବାରୁ ତଥ୍ୟ ଦେବାକୁ ବ୍ଲକ୍ ପ୍ରଶାସନ ପଛଘୁଞ୍ଚା ଦେଉଥିବା ଅଭଯୋଗ ହୋଇଛି । ତେବେ ମୂଳ କାର୍ଡ ସହିତ ନୂଆ କାର୍ଡକୁ ଯୋଡିବା ପୂର୍ବରୁ ତାର ମୂଳ କପି କୁଆଡେ ଗଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି ।