ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ବୈଠକ
କେନ୍ଦ୍ରାପଡା : ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରୁବିନା ପ୍ରଧାନ ପଞ୍ଚସଖା ଶିିକ୍ଷା ସେତୁ ସଂଗଠନର ସଭାପତି ପ୍ରାଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରଧାନଶିକ୍ଷୟିତ୍ରୀ ରୁବିନା ପ୍ରଧାନ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଓ ବିଦ୍ୟାଳୟର ରକ୍ଷଣା ବେକ୍ଷଣ ତଥା ସଫେଇ କର୍ମୀଙ୍କ ନିଯୁକ୍ତି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ ନାମା ପତ୍ରକୁ ଉପସ୍ଥାପନ କରି ଅବଗତ କରିଥିଲେ । ସ୍କୁଲ ପାଇଁ ପଞ୍ଚ ମୁଖୀ ହନୁମାନ ମହିଳା ସ୍ୱୟଂସହାୟକ ଗ୍ରୁପକୁ ଚୟନ କରାଯାଇ ତାଙ୍କ ଦ୍ୱାରା ରାତ୍ର ଜଗୁଆଳ ଓ ସଫେଇ କର୍ମଚାରୀ ଦୁଇଜଣ କାମ କରିବା ପାଇଁ ଦାୟିତ୍ୱ ଦେବାକୁ ସ୍ଥିର କରାଯାଇ ଆଦେଶ ସମ୍ପର୍କରେ ଆଲୋଚନା କରାଗଲା । ବିଦ୍ୟାଳୟର ଖାଲି ଥିବା ଶିକ୍ଷକ ପଦବୀ ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟିବା ପାଇଁ ଆଲୋଚନା କରାଯାଇଥିଲା । ଏହି ପୁରାତନ ବିଦ୍ୟାଳୟର ପଶ୍ଚିମ ପାଶ୍ୱର୍ରେ ତିନିଗୋଟି ପୁରୁଣା ଆଜବେଷ୍ଟ ସ୍ଥଗିତ ଥିବା ଶ୍ରେଣୀ ଗୃହର ଆବଶ୍ୟକୀୟ ନବୀକରଣ କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି କେନ୍ଦ୍ରାପଡା ପର୍ତ୍ତ ବିଭାଗ ଡିଭିଜନଙ୍କ-୧କୁ ତୁରନ୍ତ ସମ୍ପାଦନ ନିମନ୍ତେ ଅନୁରୋଧ କରାଯାଇ ପତ୍ର ଦେବାକୁ ସ୍ଥିର କରାଯାଇଛି । ବୈଠକରେ ପୁରାତନ ଛାତ୍ର ଅଦ୍ୱେତ କୁମାର ଦାସ, ପୂର୍ବତନ ନଗରପାଳ ଧିରେନ ସାହୁ, ବ୍ରଜସୁନ୍ଦର ଦାସ, ସୁନୀଳ ମହାଳିକ, ପୌରସଭ୍ୟ ପ୍ରଦୀପ୍ତ ଜେନା, ପୈାର ସଭ୍ୟ ଉମେଶ ଚନ୍ଦ୍ର ନାୟକ, କ୍ଷୀରୋଦ ସାହୁ ଏବଂ ସହକାରୀ ଶିକ୍ଷକ ତପନ କୁମାର ଦାସ ଏବଂ ମହିଳା ଏସ୍ଏଚଜି ଗ୍ରୁପର ମାନିନୀ ସ୍ୱାଇଁ ଓ ନିିରୋଦ ନଳିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।