ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏଆଇଆଇଏମ୍ସ ରୋଡ଼ସ୍ଥିତ ଭିପୁଲ୍ଗ୍ରୀନ୍ ଆପାର୍ଟମେଣ୍ଟ ପରିସରରେ ଅନ୍ତଜାର୍ତୀୟ ଯୋଗଦିବସ ପାଳିତ ହୋଇଯାଇଛି । ୪୦ରୁ ଅଧିକ ଅନ୍ତେବାସୀ ଆପାର୍ଟମେଣ୍ଟ ପରିସରେ ଏକତି୍ରତ ହୋଇ ଯୋଗାସନ, ପାଣାୟମ ତଥା ଧ୍ୟାନ କରିଥିଲେ । ସକାଳର ସୁନ୍ଦର ଶାନ୍ତ ପରିବେଶ ସହିତ କୋଇଲିର କାଳଳିର ତାଳେ ତାଳେ ଯୋଗାସନର ଅନୁଭୂତି ସମସ୍ତଙ୍କ ପାଇଁ ନିଆରା ଥିଲା । ଆୟୁଷ ମନ୍ତ୍ରଣାଳୟର ଏ ବର୍ଷର ‘ଯୋଗ ଫର୍ ୱାନ ୱାର୍ଲ୍ଡ, ୱାନ ହେଲ୍’ ଆଜିକା ଦିନରେ ସମ୍ପୂର୍ଣ୍ଣ ପୃଥିବୀବାସୀଙ୍କ ପାଇଁ ସବୁଠାରୁ ଉତ୍ତମ ତଥା ଆନୁସାଙ୍ଗିକ ବାର୍ତ୍ତା । ଏହି ଯୋଗ କାର୍ଯ୍ୟକ୍ରମକୁ ପ୍ରତାପ ପଣ୍ଡା ପରିଚାଳନା କରିଥିଲେ । ଭାରତୀୟ ଯୋଗ ସଂସ୍ଥାନ, ବିପୁଲ ଗ୍ରୀନ୍ କେନ୍ଦ୍ରର ମୁଖ୍ୟ ପ୍ରଦୀପ୍ତ ମିଶ୍ର ଆରମ୍ଭରେ ଯୋଗର ସ୍ୱାସ୍ଥ୍ୟ ପାଇଁ ଉପାଦେୟତା ବିଷୟରେ କହିଥିଲେ । ଶେଷରେ ରମେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଯୋଗାସନ, ପ୍ରାଣାୟମ ତଥା ‘ୱଁ’ ଧ୍ୱନି ସହିତ ଧ୍ୟାନର ପରିଚାଳନା ରବିପ୍ରସାଦ ପଣ୍ଡା, ଶ୍ରୀମତୀ ମାଲା ପୃଷ୍ଟି, ପ୍ରଦୀପ୍ତ ମିଶ୍ର ଉପସ୍ଥିତ ଥିଲେ ।