ପ୍ରଦୁ୍ୟମ୍ନ ବଳ ଜୟନ୍ତୀ ସମାରୋହ ‘ନିରପେକ୍ଷତା ନରହିଲେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭୁଶୁଡିବ’
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ନିରପେକ୍ଷତା, ସତ୍ୟନିଷ୍ଠତା, ନିର୍ଭୀକତା ଓ ସ୍ପଷ୍ଟତା ନ ରହିଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭୁଶୁଡି ପଡିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ପ୍ରଦୁ୍ୟମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ସମ୍ବାଦ ପରିବେଷଣରେ ନିରପେକ୍ଷତା, ସତ୍ୟନିଷ୍ଠ ହୋଇ ଖବର ପ୍ରକାଶ କରିବା, ଗରିବ ଓ ତଳସ୍ତରରେ ଥିବା ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା, ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ମୌଳିକା ଅଧିକାର ପାଇଁ ଜନ ଆନେ୍ଦାଳନ ଗଢିÿ ତୋଳିବାରେ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳ ଯେଉଁ ପଥ ପ୍ରଦର୍ଶନ କରିଯାଇଛନ୍ତି ଗଣମାଧ୍ୟମମାନେ ସେହି ପଥରେ ଅଗ୍ରସର ନ ହେଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମଜବୁତ୍ ରଖିବା ସମ୍ଭବ ହେବନାହିଁ । ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦୁ୍ୟମ୍ନ ବଳଙ୍କ ୯୨ତମ ଜୟନ୍ତୀ ସମାରୋହ ଓ ପ୍ରଗତିବାଦୀର ବାର୍ଷିକଉସôବର ଦ୍ୱିତୀୟ ଦିବସରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଥିବାବେଳେ, ମୁଖ୍ୟଅତିଥି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟବକ୍ତା ପ୍ରଫେସର ଧନେଶ୍ୱର ସାହୁ, ସମ୍ମାନିତଅତିଥି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ ପୂର୍ବତନ ସାଂସଦ ଡ. ଅଚୁ୍ୟତ ସାମନ୍ତ ଯୋଗ ଦେଇଥିଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜୟନ୍ତୀ କମିଟି ଅଧ୍ୟକ୍ଷ ଡ. ଗିରିଧର ଗମାଙ୍ଗଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଅଧ୍ଖବେଶନ ଅବସରରେ ରାଷ୍ଟ୍ରପତି ଓ ଓଡିଶାର ରାଜ୍ୟପାଳଙ୍କ ବାର୍ତ୍ତା ଯଥାକ୍ରମେ ପ୍ରଗତିବାଦୀର କ୍ରୀଡା ବିଭାଗ ମୁଖ୍ୟ ମନୋରଞ୍ଜନ ଦାସ ଓ ଫିଚର ବିଭାଗ ମୁଖ୍ୟ ଶଶୀଭୂଷଣ ସାହୁ ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୂଲ୍ୟବୋଧ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲ । ଏହି ଅଧିବେଶନରେ ପ୍ରଫେସର ମଣୀନ୍ଦ୍ର ମେହେର ସଭାପତିତ୍ୱ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପୂର୍ବତନ ବିଧାୟକ ଅମର ଶତପଥୀ ଓ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟବକ୍ତା, ସମ୍ମାନିତଅତିଥି ଓ ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିଲେ । ଏହାପରେ ଜନଆନ୍ଦୋଳନ ଅଧିବେଶନ ଡ. ବିଶ୍ୱଜିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହାଛଡା ସମ୍ମାନିତବକ୍ତା ଏନ୍ ନାରାୟଣ ରେଡ୍ଡୀ, ସୁଶ୍ରୀ ସଂଘମିତ୍ରା ଜେନା, ମିହିର ପ୍ରତାପ ଦାସ, ଚନ୍ଦନ ପାଲ ଓ ଡକ୍ଟର ପୂର୍ଣ୍ଣଚନ୍ଦ୍ର ଦାଶ ଯୋଗଦାନ କରିଥ୍ଖଲେ । ସ୍ପର୍ଟ୍ସ କନକ୍ଲେଭରେ କ୍ରିକେଟ କୋଚ୍ କିଶୋର ମାଣିଆ, ସାମ୍ବାଦିକ କେ ରବି, ସନ୍ଦୀପ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ପାରା ଆଥ୍ଲେଟ ସୁଚିତ୍ରା ପରିଡାଙ୍କୁ ପ୍ରଦୁ୍ୟମ୍ନ ବଳ ବ୍ୟକ୍ତିତ୍ୱ ସମ୍ମାନରେ ସମ୍ମାନିତ କରାଯାଇଥଲା ।