ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଦାବି
ତିର୍ତ୍ତୋଲ : ରାଜ୍ୟ ସରକାର ଅସହାୟ, ନିରାଶ୍ରୟ, ଶାରୀରିକ ଭିନ୍ନକ୍ଷମଙ୍କ ସହିତ ଲୋକଙ୍କ ପାଇଁ ପକ୍କା ଘର ନିମନ୍ତେ ଅନ୍ତ୍ୟୋଦୟ ଯୋଜନା ପ୍ରଣୟନ କରିଛନ୍ତି । ଯୋଜନାରେ ସାମିଲ ହେବାପାଇଁ ତିର୍ତ୍ତୋଲ ବ୍ଲକର ୨୯ ଟି ପଞ୍ଚାୟତର ୫ ସହରୁ ଅଧିକ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିଥିଲେ ।
ପ୍ରଥମ ପର୍ଯାୟରେ ୧୩୭, ଦ୍ୱିତୀୟ ପର୍ଯାୟରେ ୨୯ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ସରିଯାଇଛି । ଆହୁରି ଯୋଗ୍ୟ ହିତାଧିକାରୀ ବଞ୍ଚôତ ରହିଥିବା ଦେଖାଯାଇଛି । ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ଶଙ୍ଖେଶ୍ୱର ଗ୍ରାମର କୈଳାସ ମହାପାତ୍ର ଓ ତାଙ୍କ ଧର୍ମପନôୀ ପ୍ରଭାବତୀ ମହାପାତ୍ର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା ଚାଳ ଛଫର ଘରେ ଜରି ପାଲ ପକାଇ ରହୁଛନ୍ତି । ତାଙ୍କୁ ଏହି ଯୋଜନାରେ ସାମିଲ କରିବାପାଇଁ ନିବେଦନ କରିଛନ୍ତି । କୋଲର ପଞ୍ଚାୟତ ଓଲଗଦା ଗ୍ରାମର ନୟନା ସ୍ୱାଇଁ ତାଙ୍କ ସ୍ୱାମୀ ଓ ଝିଅଙ୍କ ସହିତ ରହୁଥିବା ବେଳେ, ଭଙ୍ଗା ଦଦରା ଘରେ କାଳତିପାତ କରିଛନ୍ତି । ଏଭଳି ଅନେକ ପରିବାର ରହିଛନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସାଧାରଣ ଦାବି ହେଉଛି ।