ଅନ୍ଧାରରେ କୁସୁଗଡିଆ-ରାମଚନ୍ଦ୍ରପୁର ରାସ୍ତା 

 ବାଲିଅନ୍ତା: ପୂର୍ତ୍ତ ବିଭାଗ ଅଧିନ ହଂସପାଳ ଅଭୟମୁଖୀ ମୁଖ୍ୟ ରାସ୍ତାର କୁସୁଗଡିଆ ଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ରାସ୍ତାଟି ଏବେ ସମ୍ପୂର୍ଣ ଅନ୍ଧକାର । ଉକ୍ତ ରାସ୍ତା ଦେଇ ଦିନରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ଲାଗି ରହିଥାଏା ଦୁଃଖର ବିଷୟ ଯେ, ଆଜି ପର୍ଯ୍ୟନ୍ତ ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା ନଥିବାରୁ ଛୋଟ ବଡ଼ ଦୁର୍ଘଟଣା ଅନେକ ଦିନ ହେବ ବୃଦ୍ଧି ପାଉଥିବା ବେଳେ, ଦୁର୍ଘଟଣା ଜନିତ ମୃତ/ଆହାତ ହେଉଛନ୍ତି । ପଥଚାରିମାନେ ଏବେ ସୁରକ୍ଷିତ ନାହାଁନ୍ତି, କାରଣ ଅସାମାଜିକ ବ୍ୟକ୍ତିମାନେ ଅନ୍ଧାରର ସୁଯୋଗ ନେଇ ଲୁଟପାଟ ଘଟଣା ରାତ୍ରସମୟରେ ଘଟାଉଛନ୍ତି । ଦୈନଦିନ ଏହି ରାସ୍ତାରେ ଆଖ ପାଖ ଅଞ୍ଚଳ ଓ ବାହାର ଅଞ୍ଚଳର ଶତାଧିକ ସଂଖ୍ୟାରେ ଲୋକେ ଭୁବନେଶ୍ୱର , କଟକ, ଜଗତସିଂହପୁରପୁର, ନିମାପଡ଼ା, ନିଆଳିକୁ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରିଥାନ୍ତି । ବାଲିଅନ୍ତା ବ୍ଲକ୍ ଅଞ୍ଚଳରେ ଥିବା ଲୋକେ ବିଳମ୍ବିତ ରାତିରେ ଫେରନ୍ତି ରାସ୍ତାରେ ଆଲୋକିକରଣ ବ୍ୟବସ୍ତା ନ ଥିବାରୁ ସେମାନେ ଦୁର୍ଘଟଣା ଓ ଲୁଟପାଟ ଶିକାର ହେଉଛନ୍ଚି । ନିକଟରେ ଜଣେ ପରିବା ବେପାରୀ ଲୁଟେରାଙ୍କ ପାଖରୁ ନିଜ ଜୀବନ ବଞ୍ଚାଇବା ପାଇଁ ଉଛୁଳା ନାଳକୁ ଡେଇଁବା ହେଉକି ମାଛ ବେପାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ମୋବାଇଲ ଟଙ୍କା ଛଡ଼ାଇବା ଘଟଣା ଘଟିଛି । ଅନ୍ଧାରର ସୁଯୋଗ ନେଇ ଆତଙ୍କ ସୃଷ୍ଟି କରୁଛନ୍ତି । ରାମଚନ୍ଦ୍ରପୁର କାଜ ଟି ନିଛାଟିଆ ଯାଗା ହୋଇଥିବାରୁ ଏଠାରେ ଅସାମାଜିକ ଯୁବକଙ୍କ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା କରିବା ଓ ନିଶା କାରବାର ପାଇଁ ଏଠାରେ ମେଳି ବାନ୍ଧି ଆଡ୍ଡାସ୍ଥଳୀ କଲେଣି । ନିକଟରେ ରାମଚନ୍ଦ୍ରପୁର କାଜ ନିକଟ କୁଶଭଦ୍ରା ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏକାଧିକ ଗାଡି ମଟର ଏହି ରାସ୍ତା ଦେଇ ଯାତାୟାତ କରିଥାଏ । ହଂସପାଳ ଅଭୟମୁଖି ରାସ୍ତାର ହଂସପାଳ ଠୁ ବାଲିଅନ୍ତା ବଜାର କିଛି ଅଞ୍ଚଳ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଯାଉଥିବା ବେଳେ, ବାଲିଅନ୍ତା ବଜାର ପର୍ଯ୍ୟନ୍ତ ଅଲୋକିକରଣ ବିଏମସି ପକ୍ଷରୁ କରାଯାଇଛି । ବାଲିଅନ୍ତା ବଜାର ଠାରୁ ରାମଚନ୍ଦ୍ରପୁର କାଜ ପର୍ଯ୍ୟନ୍ତ ରାସ୍ତା କେବେ ଆଲୋକିକରଣ କରାଯିବ ସେ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ନିଶା ଦ୍ରବ୍ୟ ସେବନ କରିବା ପାଇଁ ପାଖରେ ପଇସା ନଥିବାରୁ ବିଭିନ୍ନ ନଦୀବନ୍ଧରେ ଥିବା ପରିତ୍ୟକ୍ତ ଘରେ ଏକାଠି ହୋଇ ଯୋଜନା କରି ଲୁଟ କରନ୍ତି । ଏହି ଲୁଟର ଶିକାର ବାହାରୁ ଆସି ଏଠାରେ ଘର କରି ରହୁଛନ୍ତି । ଅଞ୍ଚଳରେ ଦ୍ରୁତ ଗତିରେ ଲୋକସଂଖ୍ୟା ବୃଦ୍ଧି ପାଉଛି ସହରରୁ ମୁଁହ ଫେରାଇ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ରହିବାକୁ ପସନ୍ଦ କରୁଥିବା ବେଳେ ଘରେ ଲୁଟେରା କଳାକନା ବୁଲାଇ ଦେଉଛନ୍ତି । ପ୍ରାପ୍ତଭ୍ରମଣ ରେ ଆସୁଥିବା ସ୍ଥାନୀୟ ଲୋକେ କେତେବେଳେ ଦୁର୍ଘଟଣା ତ କେତେବେଳେ ଲୁଟ୍ର ଶିକାର ହେଉଛନ୍ତି ତେଣୁ ରାସ୍ତାରେ ସରକାରଙ୍କ ପକ୍ଷରୁ ଆଲୋକିକରଣ ବ୍ୟବସ୍ଥା କରାଗଲେ ଦୁର୍ଘଟଣା ହାର କମିବା ସହ ଲୁଟପାଟ୍ ମଧ୍ୟ କମିବ । ଏନେଇ ଅଞ୍ଚଳବାସୀ ଲିଖିତ ଭାବେ ବିଭାଗୀୟ ଅଧିକାରୀ ଓ ବିଧାୟକଙ୍କୁ ଅବଗତ କରାଇଛନ୍ତି ।