ବିଚାରପତିଙ୍କୁ ଅଭିନନ୍ଦନ ଜଣାଇଲା ଓକିଲ ସଂଘ

 ବାଣପୁର: ଇଂରାଜୀ ନବବର୍ଷ ଉପଲକ୍ଷେ ଆଜି ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛି ବାଣପୁର ଓକିଲ ସଂଘ । ସଂଘ ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ରଞ୍ଜନ ବେଦମତ୍ତାଙ୍କ ନେତୃତ୍ୱରେ ଓକିଲମାନେ ଉଭୟ ବିଚାରପତିଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ଦେଇ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଉଭୟ ବିଚାରପତି ଓକିଲ ସଙ୍ଘକୁ ଏଥି ନିମନ୍ତେ ଧନ୍ୟବାଦ ଜଣାଇବା ସହ ବାର ଏବଂ ବେଞ୍ଚ ମଧ୍ୟରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁସମ୍ପର୍କ ବଜାୟ ରହିବ ବୋଲି ସଂଘରୁ ଆଶା କରିଥଲେ । ଓକିଲ ସଂଘ ସଭାପତି ଓ ସମ୍ପାଦକ ଏଥିରେ ଏକମତ ହେବାସହ ବାର ଏବଂ ବେଞ୍ଚ ଏକ ପରିବାର ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ସଂଘ ଉପସଭାପତି ରାମଚନ୍ଦ୍ର ପଲାଇ, ସହସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ଦେବବ୍ରତ ବଡ଼ଜେନା, ସନ୍ତୋଷ ମହାପାତ୍ର, ଆଇନଜୀବୀ ସନ୍ଦୀପ ମହାପାତ୍ର, ଅନ୍ନଦା ଷଡଙ୍ଗୀ, ପଦ୍ମଜା ପଟ୍ଟନାୟକ, ସୀତାରାମ ଅଗ୍ରୱାଲ, କାମେଶ୍ୱର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ  ।