ଦେବୀ ପୀଠରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ 

ଦେବୀ ପୀଠରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ 


 ଆସିକା: ଆସିକା ତାଲୁକା ରୋଡରେ ପୂଜା ପାଉଥିବା ବୈଷ୍ଟମ୍ବି ଦେବୀ ପୀଠରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଏହି ପୂଜା ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀରେ ଶେଷ ହୋଇଥାଏ । ଆଶ୍ୱିନ ମାସରେ ଶରତ କାଳୀନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିବା ବେଳେ ଚୈତ୍ର ମାସରେ ବାସନ୍ତିକ ଦୁର୍ଗାପୂଜା କରାଯାଇଥାଏ ।  ପୂର୍ବ କାଳରେ ବିଭିନ୍ନ ସମୟରେ ରାଜାମାନେ ବିଜୟୀ ପ୍ରାପ୍ତ ନିମନ୍ତେ ଏହି ଦୁର୍ଗାପୂଜା କରିଥାନ୍ତି । କଳି ଯୁଗରେ ସୁରଥ ରାଜା ନିଜର ରାଜ୍ୟ ପ୍ରାପ୍ତି ନିମନ୍ତେ ମେଧାଦ୍ୱିତ ରୁଷିଙ୍କ ପୌରହିତ୍ୟରେ ମୁଣ୍ମୟୀ ମୂର୍ତ୍ତି ମାଧ୍ୟମରେ ଏହି ପୂଜା ଆରମ୍ଭ କରିଥିଲେ । ମୋଟ ଦଶ ଦିନରେ ମା'ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରନ୍ତି । ପଣ୍ଡିତ ରତ୍ନାକର ଦାଶଙ୍କ ଦିଗଦର୍ଶନରେ ପ୍ରଥମ ଦିନ ଶୈଳପୁତ୍ରୀ, ୨ୟରେ ବହ୍ମ·ରିଣୀ, ୩ୟରେ ଚନ୍ଦ୍ରଘଣ୍ଟା, ୪ର୍ଥ ଦିନ କୁସ୍ମାଣ୍ଡ, ୫ମ ଦିନରେ ସ୍କନ୍ଦମାତ୍ର, ଷଷ୍ଠରେ କକ୍ଷର୍ତ୍ତକ୍ଷୟାନୀ, ସପ୍ତମରେ କାଳରାତ୍ରି, ଅଷ୍ଟମରେ ମହାଗୌରୀ, ନବମରେ ସିଦ୍ଧିଦାତ୍ରୀ, ଦଶମରେ ଅପରାଜିତା ରୂପରେ ପୂଜା କରାଯାଏ । ଏହି ପୂଜା ମାନସିକରେ ସମ୍ପୂର୍ଣ କଲେ ନିଶ୍ଚୟ ବିଜୟୀ ହୁଅନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ଏହି କ୍ରମରେ ପ୍ରତ୍ୟେକ ଦିନ ସକାଳୁ ବରୁଣ ପୂଜା, ସ୍ୱାସ୍ତିବାଚନ, ସୂର୍ଯ୍ୟପୂଜା, ଗ୍ରହ ପୂଜା, ପୀଠ ପୂଜା, ଦୁର୍ଗାଙ୍କ ଷୋଡଶ ଉପ·ର ପୂଜା, ସନ୍ଧ୍ୟାରେ ଆରତୀ, ହୋମ, ଯଂଜ୍ଞ, ପୁଷ୍ପାଳି, ପ୍ରସାଦ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକର୍ମରେ ରତ୍ନାକର ଦାସ, ଦୁଃଖିଶ୍ୟାମ ଦାସ ଓ ବିକାରାମଦିତ୍ୟ  ହୋତା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥାନ୍ତି ।