ଅପରେସନ କଗାର ଭୟରେ ମାଓବାଦୀଙ୍କ ଶାନ୍ତି ପ୍ରସ୍ତାବ
ମାଲକାନଗିରି : ଛତିଶଗଡରେ ମାଓ ସଂଗଠନ ଶେଷ ନିଶ୍ୱାସ ଗଣୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୬ ମଶିହାରେ ସମ୍ପୂର୍ଣ ମାଓ ମୁକ୍ତ ଦେଶ ଗଠନ ପାଇଁ ନିଷ୍ପତ୍ତି ପରେ ଅପରେସନ କଗାରରେ ଦ୍ୱାରା ଚଳତି ବର୍ଷ ପ୍ରାୟ ୧୦୦ ମାଓବାଦୀ ଯବାନଙ୍କ ଗୁଳିଇରେ ନିହତ ହୋଇଛନ୍ତି । ଯାହା ଫଳରେ ମାଓ ସଙ୍ଗଠନର ମେରୁଦଣ୍ଡକୁ ଭାଙ୍ଗିବା ସହ ସଂଗଠନ ଦୁର୍ବଳ ହେଉଛି । ଖାସ ଏଇଥି ପାଇଁ ବର୍ତ୍ତମାନ ଶାନ୍ତି ବାର୍ତ୍ତା ପାଇଁ ଆଗକୁ ଆସୁଥିବା ସହ ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ପ୍ରେସ୍ ବିବ୍ରୁତି ଜାରି କରିଥିବା ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ମାର୍ଚ୍ଚ ୨୪ ତାରିଖରେ ଏକ ଶାନ୍ତି ବାର୍ତ୍ତା କମିଟି କରି ମଧ୍ୟ ଭାରତରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି କହିବା ସହ ଭାରତ ସରକାର ଓ ମାଓ ସଙ୍ଗଠନ ବିନା ସର୍ତ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରି ଶାନ୍ତି ଆଲୋଚନା କରିବା ଉଚିତ ବୋଲି ଆଜି ପ୍ରେସ ବିଜ୍ଞପ୍ତିରେ ମାଓ ସଙ୍ଗଠନର କେନ୍ଦ୍ରୀୟ ସଚିବ ଅଭୟ ବାର୍ତ୍ତା ଦେଇଛନ୍ତି । ଶାନ୍ତି ଆଲୋଚନା କମିଟି ଗଠନକୁ ଆମେ ସ୍ୱାଗତ କରୁଛୁ, ଶାନ୍ତି ପାଇଁ ଏକ ବୈଠକ କରାଯାଇ କିପରି ଏସବୁ ଉପରେ ରୋକ ଲାଗିବ ତାହାର ନିଷ୍କର୍ଷ ବାହାରିବ ବୋଲି ସେ ପ୍ରକାଶ କରିଛନ୍ତି । ଶାନ୍ତି ପାଇଁ ଆଲୋଚନା କରିବା ଲାଗି ମାଓ ସଙ୍ଗଠନ ଆଭିମୁଖ୍ୟ ପ୍ରକାଶ କରୁଛି, କଗାର ନାମରେ ରାଜ୍ୟବାସୀଙ୍କ ବିରୋଧରେ ଜାରି ଥିବା ପ୍ରତିବାଦକୁ ରୋକ ଲଗେଇବାକୁ ଏହି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ ଛତିଶଗଡ ସରକାର ମାଓବାଦୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଥିବା ବେଳେ ମାଓବାଦୀମାନେ ଆଲୋଚନା ପାଇଁ ଆସିବା ଉଚିତ୍ । ଏଣୁ ଆମ ଦଳର ଦଣ୍ଡକାରାଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଗଣମାଧ୍ୟମ ପ୍ରତିନିଧି ବିକ୍ଲପ ଏନେଇ ଦୁଇଥର ସୂଚନା ଦେଇଛନ୍ତି ଯେ ଆମ ଦଳ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଶାନ୍ତି କଥାବାର୍ତ୍ତା ପାଇଁ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିବାକୁ ସେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଅପରେସନ କଗାର ନାମରେ ଆଦିବାସୀଙ୍କ ହତ୍ୟାକୁ ବନ୍ଦ କରିବାକୁ, ଛତିଶଗଡର ବସ୍ତର ଅଞ୍ଚଳରେ ନିୟୋଜିତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯବାନଙ୍କୁ ନୀରବ ରହିବାକୁ ଏବଂ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଉପରେ ରୋକ ଲଗାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଉପରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା କି ଉତ୍ତର ରଖିନଥିଲେ । ଏହାପରେ ମଧ୍ୟ ବିଶେଷକରି ଛତିଶଗଡରେ ଗତ ୧୫ ମାସ ଧରି ବିପ୍ଲବୀ ବିରୋଧୀ କଗାର ଯୁଦ୍ଧ ଜାରି ରଖିଛନ୍ତି । ଏହି ଯୁଦ୍ଧରେ ପିଏଲଜିଏର ୪୦୦ରୁ ଉର୍ଦ୍ଧ୍ୱ ନେତା, ଶ୍ରମିକ, କମାଣ୍ଡର, ସଦସ୍ୟ ଓ ସାଧାରଣ ଆଦିବାସୀ ମୃତୁ୍ୟବରଣ କଲେ । ଏଥିସହ ବେଆଇନ ଭାବେ ହଜାର ହଜାର ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଶସ୍ତ୍ର ବାହିନୀ ଗିରଫ କରି ଜେଲରେ ରଖିଛନ୍ତି । ଏହି ଯୁଦ୍ଧରେ ସରକାର ପିଏଲଜିଏ (ମାଓ ସଙ୍ଗଠନ)ର ସଦସ୍ୟମାନଙ୍କୁ ଅମାନୁଷିକ ନିର୍ଯାତନା ଦେବା ସହ ଦଳକୁ ନଷ୍ଟ କରୁଛନ୍ତି । ମହିଳାମାନଙ୍କୁ ଦୁଷ୍କର୍ମ କରି ହତ୍ୟା କରୁଛନ୍ତି । ଏହି ଯୁଦ୍ଧରେ ସରକାର କମାଣ୍ଡୋ ଫୋର୍ସ ନାମରେ ସେନାଙ୍କୁ ନିୟୋଜିତ କରିଛନ୍ତି । ଏହା ଅସାମ୍ବିଧାନିକ ଅଟେ ବୋଲି ମୋ ସଙ୍ଗଠନ ପକ୍ଷରୁ କୁହାଯିବା ସହ ନିଜ ଦେଶର ଲୋକଙ୍କ ବିରୋଧରେ ସେନାର ବ୍ୟବହାର ନିନ୍ଦନୀୟ ବୋଲି ଉକô ପ୍ରେସ ବିବ୍ରୁତିରେ କୁହାଯାଇଛି । ତେବେ ନକ୍ସଲଙ୍କ ଏହି ଶାନ୍ତି ବାର୍ତ୍ତାକୁ ନେଇ ଛତିଶଗଡର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ବିଜୟ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଯଦି ମାଓବାଦୀ ମାନେ ଶାନ୍ତି ପ୍ରସ୍ତାବ ଦେଉଛନ୍ତି ତେବେ ଏହା ସାମ୍ବିଧାନିକ ବ୍ୟବସ୍ତା ଓ ନିୟମ ଅନୁଯାୟୀ ହେଉ । କୌଣସି ସର୍ତ ରାଖୀ ସେମାନେ ଶାନ୍ତି ପ୍ରସ୍ତାବ ଦିଅନ୍ତୁ ନାହି । ଆମେ ସବୁବେଳେ ଶାନ୍ତି ଚାହୁଁ, ସେଥିପାଇଁ ମାଓ ସଙ୍ଗଠନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଶାନ୍ତି ଚାହୁଥିଲେ ଆତ୍ମସମର୍ପଣ କରିନିଅନ୍ତୁ ଓ ଶାନ୍ତି ପାଇଁ ଆଲୋଚନା କରନ୍ତୁ । ସମ୍ବିଧାନର ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ, ନିଶର୍ତ ଶାନ୍ତି ପାଇଁ ଆମୋ ସଙ୍ଗଠନ ଆଗେଇ ଆସିଲେ ଆମେ ମଧ୍ୟ ନିୟମ ଅନୁଯାୟୀ ସମ୍ପୂର୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି । ତେବେ ଆଗାମୀ କିଛିଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଛତିଶଗଡ ଆସିବାକୁ ଥିବା ବେଳେ ଏହା ପୂର୍ବଉର ମାଓବାଦୀଏନକେ ଏପରି ପ୍ରେସ ବିବ୍ରୁତି ଜାରି ମାଓ ସଙ୍ଗଠନର ଶେଷ ସମୟ ବୋଲି କୁହାଯାଉଛି ।