ଫଳକ ଲାଗୁଛି ମନରେଗା : କାମ କରୁଛି ମେସିନ
ଯାଜପୁର : ବିଜେପି ସରକାର ଆସିବା ପରେ ଗାଁ ପୋଖରୀ ପୁନଃଉଦ୍ଧାର ହେଉ କି ପାନୀୟ ଜଳ କଷ୍ଟ ଦୂର କରିବାକୁ ନଳକୂପ ଖନନକୁ ଗୁରୁତ୍ୱ ଦେଇଛନ୍ତି । ଜଳ ସଂରକ୍ଷଣ ଏବଂ ଜଳସେବା ଭଳି କାର୍ଯଟି କୋରେଇ ବ୍ଲକର ବିଭିନ୍ନ ପଂଚାୟତରେ ଆଗେଇ ଚାଲିଛି । ଜଳସମସ୍ୟା ଦୂର ଭଳି କାର୍ଯ୍ୟ ବେଶ ଆଦୃତ ହୋଇପାରିଥିଲେ ହେଁ କାର୍ଯ୍ୟର ସ୍ୱଚ୍ଛତାକୁ ନଜରଅନ୍ଦାଜ କରି ଦିଆଯାଇଛି । ବିଶେଷ ଭାବେ ପୋଖରୀ ପୁନଃଉଦ୍ଧାର କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି । ବିଭିନ୍ନ ପଂଚାୟରେ ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ କରାଯାଉଥିବା ବେଳେ ଶ୍ରମିକ ବଦଳରେ ମେସିନ ଲଗାଇ କାର୍ଯ୍ୟ କରାଯାଉଛି । ଜବକାର୍ଡ଼ଧାରୀ କାର୍ଯ୍ୟ କରିବାର ପ୍ରାବନ୍ଧଥିବା ଲଗାଯାଇଥିବା ଫଳକ କରୁଥିବା ବେଳେ ମେସିନରେ କାମ କରାଯାଉଛି । ଏଭଳି ଅଭିଯୋଗ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କୁ ହୋଇଥିଲେ ବି ଫରକ କିଛି ପଡ଼ୁନି । ନିକଟରେ ସିଭିଲ ସୋସାଇଟ ପକ୍ଷରୁ କୋରେଇ ବ୍ଲକ ଜହ୍ନା ପଂଚାୟତ ୱାର୍ଡ଼ ନଂ ୧ରେ ଥିବା ଦେଉଳ ପୋଖରୀରୁ ପାଣି ଶୁଖେଇ ମାଟି-ମୋରମ ଉଠାଣ ହେଉଥିବା ଭଳି ଅଭିଯୋଗ କରାଯାଇଥିଲା । ହେଲେ ଅଭିଯୋଗ ପତ୍ର ବିଡ଼ିଓ, ଜିଲାପାଳଙ୍କ ଫାଇଲ ତଳେ ରହିଗଲା । କେବଳ ଜହ୍ନା ପଂଚାୟତ ନୁହେଁ ଅନ୍ୟ ପଂଚାୟତରେ ମଧ୍ୟ ଏଭଳି କାର୍ଯ୍ୟ ଚାଲିଛି । କୋଉଠି ବିନା ଫଳକରେ ମେସିନରେ କାର୍ଯ୍ୟ ହେଉଥିବା ବେଳେ କେଉଁଠି ଫଳକ ଲଗାଯାଇ କାର୍ଯ୍ୟ କରାଯାଉଛି । ଫଳକ କହୁଛି, ପୋଖରୀ ପୁନଃଉଦ୍ଧାର ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ବା ଏଜିଏନଆରଜିଏସରେ ଅନ୍ତଭୃକ୍ତ କରାଯାଇ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି ।
ପୋଖରୀ ପୁନଃଉଦ୍ଧାର ପାଇଁ ମନରୋଗାରେ ଅତିକମରେ ପାଂଚଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ କାର୍ଯ୍ୟ ଗ୍ରାମ ପଂଚାୟତ ପିଇଓଙ୍କ ନାମରେ ରହୁଛି । ଅତଏବ କାର୍ଯ୍ୟ ନିର୍ବାହୀ ହେଲେ ପିଇଓ । ହେଲେ କାର୍ଯ୍ୟ ପିଇଓଙ୍କ ବଦଳରେ ଠିକାଦାର କରିଥାନ୍ତି । ଏହା ଏବର ସରକାର ନୁହେଁ ପୂର୍ବ ସରକାର ବେଳେ ମଧ୍ୟ ଚାଲଥିଲା ଏବଂ ପ୍ରାୟତ ସବୁ ବିଭାଗରେ ଏହା ଚାଲିଆସୁଛି । ସରକାରୀ ଅଧିକାରୀଙ୍କ ନାଁରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଠିକାଦାର ପୋଷିବା ଏକ ପ୍ରଥା ହୋଇଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ମନରେଗା ଯୋଜନାରେ କାର୍ଯ୍ୟ କରାଯାଉଥିବା ବେଳେ ଜବକାର୍ଡ଼ଧାରୀଙ୍କୁ କାର୍ଯ୍ୟ କାହିଁକି ଯୋଗାଇ ଦିଆଯାଉନି? ଅଧିକ ଲାଭ ଲାଳସାରେ ଏଭଳି କରାଯାଉଥିବା ବେଳେ, ଅଭିଯୋଗ ପରେ ଅଭିଯୋଗକୁ ବିଡ଼ିଓ କି ଜିଲାପାଳ କର୍ଣ୍ଣପାତ ନକରିବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଏଥିପ୍ରତି ଧ୍ୟାନ ଦେବା ପୂର୍ବକ ପ୍ରଶାସନୀକ ଅଧିକାରୀ ମନରେଗାରେ ଜବକାର୍ଡ଼ଧାରୀଙ୍କୁ କାର୍ଯ୍ୟ ଯୋଗାଇ ଦେବା ସହ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ଦିଗରେ ପଦକ୍ଷେପ ନେଲେ ସରକାରଙ୍କ ଏହି ଜନହିତକର କାର୍ଯ୍ୟଟି ପ୍ରସଂଶନିୟ ହୋଇପାରିବ ।