ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ଚମ୍ପୁଆ,୨୬ା୯ : ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ଶାତହଳିଆ ଗାଁର ଅନନ୍ତ ନାଏକ ନିଜ ଘର ଠାରୁ ପାଖରେ ଥିବା ଜଙ୍ଗଲ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଅନନ୍ତ ନାଏକ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖି ଗ୍ରାମବାସୀ ମାନେ ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଁଚି ଅନନ୍ତ ନାଏକଙ୍କୁ ଚମ୍ପୁଆ ଡାକ୍ତରଖାନା କୁ ଆଣିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଥଛି ଯେ, ଅନନ୍ତଙ୍କ ପତ୍ନୀ କିଛି ମାସ ହେବ ତାଙ୍କୁ ଛାଡିପଳାଇଥିଲେ । ପାରିବାରିକ ଅଶାନ୍ତି ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ପୂର୍ବରୁ ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଲା । ଏ ନେଇ ଚମ୍ପୁଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କେସ ନମ୍ବର ୪୯/୨୦୨୫ ଅନୁସାରେ ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।