ଆଲୋକ ସଭାପତି, ଭାରତ ଉପସଭାପତି ଓ ଅକ୍ଷୟ ସମ୍ପାଦକ

କେନ୍ଦୁଝର: ରାଜ୍ୟରେ ଏକସଙ୍ଗେ ଅନୁଷ୍ଠିତ ହେଉଥିବା ସମସ୍ତ ଆଇନଜିବୀ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ସଦର ମହକୁମାଠାରେ ଥିବା ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ଏଥିରେ ମୋଟ ୪୨୯ ଜଣ ସଦସ୍ୟ ମତଦାନ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ସଭାପତି ପଦ ପାଇଁ ଆଲୋକ ମହାନ୍ତ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ବିଜୟୀ ପ୍ରାର୍ଥୀ ଶ୍ରୀ ମହାନ୍ତ ୨୬୨ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୁ୍ୟମ୍ନ କୁମାର ପରିଡା ୧୬୧ଟି ଭୋଟ ପାଇଛନ୍ତି । ଏହି ପଦ ପାଇଁ ୬ଟି ଭୋଟ ନାକଚ ହୋଇଛି । ଉପସଭାପତି ପଦ ପାଇଁ ଭାରତ ଭୁଷଣ ଦାସ ୧୬୨ଟି ଭୋଟ ପାଇ ବିଜୟ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଭୁତିଭୂଷଣ ମହନ୍ତ ୧୪୦ଟି ଭୋଟ ପାଇ ପରାସ୍ତ ହୋଇଥିବାବେଳେ ଅନ୍ୟତମ ପ୍ରାର୍ଥୀ ବିନୀତା ଦାଶ ୭୩, ପ୍ରିୟବ୍ରତ ସାହୁ ୩୭ଟି ଭୋଟ ପାଇବା ସହିତ ୧୪ଟି ଭୋଟ ନାକଚ ହୋଇଛି । ସମ୍ପାଦକ ପାଇଁ ଅକ୍ଷୟ କୁମାର ଜେନା ନିର୍ବାଚିତ ହୋଇଥିବାବେଳେ ସେ ୨୧୯ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବଳଭଦ୍ର ନନ୍ଦ ୧୧୩ଭୋଟ ପାଇଥିବାବେଳେ ଅନ୍ୟତମ ପ୍ରତିଦ୍ୱନ୍ଦୀ ରବୀନ୍ଦ୍ର କୁମାର ସେଠୀ ୬୮, ସୂର୍ଯ୍ୟନାରାୟଣ ପଣ୍ଡା ୨୦ଟି ଭୋଟ ପାଇଛନ୍ତି । ସମ୍ପାଦକ ପଦ ପାଇଁ ୯ଟିଭୋଟ ନାକଚ ହୋଇଛି । ଦୁଇଗୋଟି ଯୁଗ୍ମ ସମ୍ପାଦକ ପଦବୀ ତାରିଣୀ ପ୍ରସାଦ ପୋଥାଳ ୧୫୯, ହୁସେନ ଉଦ୍ଦିନ ୧୪୯ଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି । ପରାଜିତ ପ୍ରାର୍ଥୀ ମାନସ ରଞ୍ଜନ ସାହୁ, ୧୧୫,ହିମାଂଶୁ ଶେଖର ପଲେଇ ୧୩୮,ରାଜେନ୍ଦ୍ର ସାହୁ ୭୧,ପ୍ରଫୁଲ୍ଲ କୁମାର ସାହୁ ୫୬ ଭୋଟ ପାଇଛନ୍ତି । ୫ଗୋଟି କାର୍ଯ୍ୟକାରୀ ସଦସ୍ୟ ପାଇଁ ଦିବ୍ୟରଞ୍ଜନ ସାହୁ(୨୪୪),ଶାନ୍ତିଲତା ମହାରଣା (୨୩୦),ଅର୍ଚ୍ଚନା ଦାଶ (୧୯୫),ସୁବ୍ରତ କୁମାର ସେଠୀ(୧୭୭) ଓ ହଳଧର ମହାନ୍ତ (୧୬୫) ବିଜୟଲାଭ କରିଛନ୍ତି । ଶନିବାର ସକାଳ ୭.୩୦ଟାରୁ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇ ୪ଟାରେ ଗଣତି ଆରମ୍ଭ ହୋଇଥିଲା । ସଂଧ୍ୟା ୬.୩୦ଟା ସୁଦ୍ଧା ଗଣତି ଶେଷ ହୋଇଥିଲା । ନିର୍ବାଚନ ଅଧିକାରୀ ଅଜୟ କୁମାର ନାଥ ଓ ସହ ନିର୍ବାଚନ ଅଧିକାରୀ ଜ୍ଞାନେନ୍ଦ୍ରନାଥ ଜେନା, ହିମାଂଶୁ ଶେଖର ମହାନ୍ତି, ଅର୍ଜୁନ ସାହୁ, ମନୋଜ ବେହେରା, ଦେବାଶିଷ ରଣା, ବସନ୍ତ ବେହେରା, ସଞ୍ଜୟ ଶତପଥି, ଯତୀନ୍ଦ୍ର ସାହୁ, ସୁମନ୍ତ ସାହୁ, ପ୍ରଶାନ୍ତ ଜେନା ଓ କରୁଣାକର ବ୍ରହ୍ମ ପ୍ରମୁଖ ୧୭ଜଣିଆ ଟିମ ଏହି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ । ନବନିର୍ବାଚିତ କର୍ମକର୍ତ୍ତାମାନେ ଆସନ୍ତା ଏକବର୍ଷ ପାଇଁ ଦାୟିତ୍ୱ ସମ୍ପାଦନ କରିବେ ।