ଅବସର ନେଲେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ
ବାଲିପାଟଣା : ବାଲିପାଟଣା ଶିକ୍ଷା ମଣ୍ଡଳର ବିଭିନ୍ନ ସ୍କୁଲର ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆୟୋଜିତ ଏକ ସମୂହ ଅବସର ଗ୍ରହଣ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଭାତ ରଥଙ୍କ ସଭାପତିତ୍ୱ ଆୟୋଜିତ ହୋଇଥିଲା । ଏଥିରେ ଆର୍ତ୍ତତ୍ରାଣ ବିଦ୍ୟା ନିକେତନର ପ୍ରଧାନଶିକ୍ଷକ ଶିବ ନାରାୟଣ ହୋତା, ଜନବିଦ୍ୟାମନ୍ଦିରର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବରିହା, ଶିକ୍ଷକ ଗୋକୁଳାନନ୍ଦ ଜୟସିଂହ, ମକୁନ୍ଦାସ୍ପୁର ବାଳିକା ହାଇସ୍କୁଲର ଶିକ୍ଷକ ଅବଦୁଲ ସାଜିଦ୍ ଖାଁ, ଆଦଲାବାଦ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ କାଦମ୍ବିନୀ ସେନାପତି ଓ ସାରଦା ବାଳିକା ହାଇସ୍କୁଲ ଶିକ୍ଷୟିତ୍ରୀ ମଞ୍ଜୁଲତା ପାଢ଼ୀ ପ୍ରମୁଖଙ୍କୁ ପେନ୍ସନ୍ କାଗଜପତ୍ର ସହ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି । ଏଥିରେ ଅତିରିକ୍ତ ଶିକ୍ଷାଧିକାରୀ ଯଶୋଦା ସାହୁ ଓ ଅନ୍ୟତମ କର୍ମଚାରୀ ଅର୍ଜୁନ ବାରିକଙ୍କର ଅନ୍ୟତ୍ର ବଦଳି ହୋଇଥିବାରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଝୂନି ଦେଇ, ମମୀତା ଦଳାଇ, ଲକ୍ଷ୍ମୀପ୍ରିୟା ବେହେରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପ୍ରେସ୍ କ୍ଲବ୍ ସଭାପତି ଦିଲ୍ଲୀପ ଓଝା ଯୋଗ ଦେଇଥିବା ବେଳେ ପ୍ରଧାନଶିକ୍ଷକ ଅର୍ଣ୍ଣବ୍ ବେଉରା, ସୁଷମାରାଣୀ ମହାପାତ୍ର, ପ୍ରଦୀପ୍ତ ସାହୁ, ବିଜୟ ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ବିଜୟ ବେହେରା, ଶିକ୍ଷକ ନେତା ପ୍ରଭାକର ମଲ୍ଲିକ, ଆଲୋକ ସାହୁ, ଦୀନକୃଷ୍ଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।