ଅବସରପ୍ରାପ୍ତ ଶିକ୍ଷକ କଲ୍ୟାଣ ସମିତିର ବୈଠକ
ସାଲେପୁର: ସାଲେପୁର ବ୍ଲକ୍ର ଅବସରପ୍ରାପ୍ତ ଶିକ୍ଷକ କଲ୍ୟାଣ ସମିତିର ଦ୍ୱିତୀୟ ବୈଠକ ଚିତ୍ତରଂଜନ ଶତପଥୀଙ୍କ ଆହ୍ୱାନକ୍ରମେ ସାଇ ଷ୍ଟଡି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମିତିର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇ ଶିକ୍ଷକମାନଙ୍କର କଲ୍ୟାଣ ନିମନ୍ତେ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ରୂପେ ଜଗବନ୍ଧୁ ଶତପଥି, ଉପସଭାପତି ତପନ କୁମାର ଦାଶ, ସେକ୍ ଅବୁ ତାହେର ସାଧାରଣ ସଂପାଦକ, ଗୌରଚରଣ ଭୂୟାଁ ଯୁଗ୍ମ ସଂପାଦକ, ସହସଂପାଦକ ଭାବେ ଖଗେଶ୍ୱର ବେହେରା, ଝରିସୁନ୍ଦର ମଲ୍ଲିକ, ରଂଜନ କୁମାର ନାୟକ ଓ ଚିତ୍ତରଂଜନ ଶତପଥି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଉପଦେଷ୍ଟାମଣ୍ଡଳିରେ ଅଶୋକ କୁମାର ସ୍ୱାଇଁ, ରଜନୀକାନ୍ତ ଦାଶ, ଜନାର୍ଦ୍ଦନ ଦାଶ, ବିରଞ୍ଚôନାରାୟଣ ଦାସଙ୍କୁ ମନୋନୀତ କରାଯାଇଥିଲା ।