ମାସକରେ ୨୨ କୋଭିଡ଼ ପଜିଟିଭ ଚିହ୍ନଟ
କଟକ : କଟକ ଜିଲ୍ଲାରେ ମାସକ ଭିତରେ ୨୨ଜଣ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୨ଜଣଙ୍କ ମଧ୍ୟରୁ ଏବେ ୫ଜଣ ବିଭିନ୍ନ ଘରୋଇ ହସପିଟାଲରେ ଚିକିସôିତ ହେଉଛନ୍ତି । ସମସ୍ତ ୨୨ ଆକ୍ରାନ୍ତ ଘରୋଇ ହସପିଟାଲରୁ ହିଁ ଚିହ୍ନଟ ହୋଇଥିବା କଟକ ସିଡ଼ିଏମଓ ପ୍ରଶାନ୍ତ ହୋତା ସୂଚନା ଦେଇଛନ୍ତି । ଅନ୍ୟ ୧୭ଜଣ ସାମାନ୍ୟ ଥଣ୍ଡା, କାଶରେ ଆକ୍ରାନ୍ତ ଥିଲେ ଏବଂ ସମସ୍ତେ ହୋମ କ୍ୱାରେଣ୍ଟାଇନରେ ଥିବା ସିଡ଼ିଏମଓ ସୂଚନା ଦେଇଛନ୍ତି । ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିଲେ ଜନଗହଳି ସ୍ଥାନକୁ ନ ଯିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ସଂପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି ୭କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ସକି୍ରୟ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି । ଅପରପକ୍ଷରେ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ସୁଦ୍ଧା ଦେଶରେ କରୋନା ପଜିଟିଭ ସଂଖ୍ୟା ୬୦୦୦ ପାର ହୋଇ ସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ରହିଛି ।