୧୫ତମ କାଳୀପୂଜା
ାା ପ୍ରଭାନୁ୍ୟଜ୍ ।ା ପୁରୀ : ପୁରୀ ରେଳ ଷ୍ଟେସନ ସ୍ଥିତ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ ବାର୍ଷିକ କାଳୀପୂଜା ମହୋସôବ ପାଳନ କରାଯାଉଛି । ଏହି ଅବସରରେ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରଥମ ସାଂସ୍କୃତିକ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବବ୍ରତ ଚକ୍ର, ଏସ୍ଡ଼ିପିଓ ରବିନାରାୟଣ ଭଞ୍ଜ, ବିଜେଡ଼ି ମହିଳା ସଭାନେତ୍ରୀ ବିନୋଦିନୀ ଦାସ, ଆଡ଼ଭୋକେଟ ଶୁଭେନ୍ଦୁ ମିଶ୍ର, ଅନୀଲ ରାୟ, ଅମରେନ୍ଦ୍ର ପାଇକରାୟ, ରାଧାରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି କବି ଚନ୍ଦ୍ର ପାଇକରାୟ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏହି ଅବସରରେ ପୁରୀ ରେଳଷ୍ଟେସନକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ ଘୋଷଣା କରିଥିଲେ । ପୁରୀ ସହରର ବିଭିନ୍ନ ସଂଗଠନ ଓ ବରିଷ୍ଠ ସଭ୍ୟମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।