ପରଲୋକରେ ଥାଟ ରାଜା

ପୁରୀ : ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ତଥା ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ଗତ କାଲି ବିଳମ୍ବିତ ରାତ୍ରରେ ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇଯିବାରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଥାଟ ରାଜାଙ୍କ ମୃତୁ୍ୟ ଖବର ପ୍ରସାରିତ ହେବା ପରେ ପୁରୀରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମର ଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କର ପୁତ୍ର ଦେବରାଜ ଦେବ ମୁଖାଗ୍ନି ଦେଇଛନ୍ତି ।