ଅଭିଯୋଗ ଶୁଣାଣି ଶିବିର

 କେନ୍ଦ୍ରାପଡା: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଶିଳିପୁର ଗ୍ରାମପଞ୍ଚାୟତ ଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  । ପୂର୍ବାହ୍ଣ ୧୦:୩୦ ଘଟିକା ଠାରୁ ଅପରାହ୍ଣ ଘ ୧.୦୦ ମିନିଟ୍ ପର୍ୟ୍ୟନ୍ତମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କେନ୍ଦ୍ରାପଡା ଅଜାମ୍ବର ମହାନ୍ତିଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ, ମାର୍ଶାଘାଇ ବିଡିଓ, ମାର୍ଶାଘାଇ ତହସିଲଦାର, ଡେପୁଟି କଲେକ୍ଟରଏବଂ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍ର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ  । ଶୁଣାଣିରେ ମୋଟ୍ ୧୩୪ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୧୩ଗୋଟି ସାମୁହିକ ଏବଂ ୧୨୧ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା  । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୧୦,୦୦୦ ଟଙ୍କା ଜଣେ ଆବେଦନକାରୀଙ୍କୁ ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି ଓ ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନୂତନ ରାସନ୍କାର୍ଡ ପ୍ରଦାନ, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟାପାଇଁ ଆବେଦନ ପତ୍ର ଆଦି ଦରଖାସ୍ତଗୁଡିକ ମୁଖ୍ୟ ସ୍ଥାନରେ ଥିଲା  । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଉନ୍ନୟନ ମୂଳକ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ, ପାନୀୟ ଜଳ ସମସ୍ୟା, ରାସ୍ତା ଜବର ଦଖଲ ଉଚ୍ଛେଦ, ରାସ୍ତା ମରାମତି ତଥା ଜାତୀୟ ରାଜପଥକୁ ସଂଯୋଗୀ କରଣ ରାସ୍ତା ନିର୍ମାଣ ଆଦି ଅଭିଯୋଗ ଗୁଡିକ ମୁଖ୍ୟ ସ୍ଥାନରେ ଥିଲା  । ଏଗୁଡିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି  ।