ରସାୟନ ବିଜ୍ଞାନ ବିଭାଗ ଆଲୋଚନାଚକ୍ର 

 ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ ସବୁଜ ଭାରତ ଗଠନରେ ରସାୟନ ବିଜ୍ଞାନର ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ରସାୟନ ବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ଡ. ଅଜୟ କୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଷୟ ବିଶେଷଜ୍ଞ ଭଦ୍ରକ ସ୍ୱୟଂଶାସିତ କଲେଜ ରସାୟନ ବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ଡ଼. ସୁବ୍ରତ ବାରିକ ଯୋଗଦେଇ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ଶରତ ଚନ୍ଦ୍ର ବାରିକ, ଡ. ପ୍ରଦୀପ ଦାସ, ଡ. ମିର୍ଜା ଇବ୍ରାହିମ ବେଗ, ଅଧ୍ୟାପକ ଜ୍ୟୋତି ରଞ୍ଜନ ରାଉତ, ଅଧ୍ୟାପିକା ଶୁଚିସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଜୟନ୍ତ ମଲ୍ଲିକ, ପ୍ରଫେସର ସଞ୍ଜୟ ମହାନ୍ତି, ପ୍ରଫେସର ଅମିତାଭ କରଣ, ଗୋଲେଖ ଚନ୍ଦ୍ର ଧଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଚାଳନାରେ ସହଯୋଗ କରିଥିଲେ ।