ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା

 ରାଜନଗର : ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିଯାଇଛି । ଏହି ଗ୍ରାମର ପଞ୍ଚାନନ ବିଶ୍ୱାଳଙ୍କ ଘରେ ଅପରାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଗାଁ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚô ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ବିପନ୍ନ ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । ବିପନ୍ନ ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ସମିତି ସଭ୍ୟ ଅର୍ତ୍ତବନ୍ଧୁ ମହାନ୍ତିଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି  ।