ବୁଥ୍ସ୍ତରୀୟ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଦେଶବ୍ୟାପୀ ୪୧୨୩ ଜଣ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ସେମାନଙ୍କ ନିଜ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଯେକୌଣସି ବିଚାରାଧୀନ ପୋଲିଂ ବୁଥ୍ସ୍ତରୀୟ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ କରୁଛନ୍ତି । ସେହିପରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶସ୍ତରରେ ସମସ୍ତ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ୭୮୮ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜନପ୍ରତିନିଧି ଆଇନ ୧୯୫୦ ଏବଂ ୧୯୫୧, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ ୧୯୬୧ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ଜାରି ନିର୍ବାଚନ ପୁସ୍ତିକା, ମାର୍ଗଦର୍ଶିକା ଏବଂ ନିଦେ୍ର୍ଦଶାବଳୀର ଆଇନଗତ ଢାଞ୍ଚା ମଧ୍ୟରେ ଯଥାକ୍ରମେ ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ଯେକୌଣସି ପଡ଼ି ରହିଥିବା ସମସ୍ୟାର ସମାଧାନ ପାଇଁ ଏପରି ବୈଠକ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ବୈଠକଗୁଡ଼ିକ ଜାତୀୟ/ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସହିତ ଆରମ୍ଭ ହୋଇସାରିଛି । ସମଗ୍ର ଦେଶରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ, ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏପରି ସମସ୍ତ ବୈଠକ ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ସମାପ୍ତ କରିବାକୁ ପଡ଼ିବ । ଏହା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଡ ସୁଖବୀର ସିଂ ସାନ୍ଧୁ ଓ ଡ ବିବେକ ଜୋଶୀଙ୍କ ଉପସ୍ଥିତିରେ ୪ ମାର୍ଚ୍ଚରେ ନୂଆଦିଲ୍ଲୀର ଆଇଆଇଆଇଡିଇଏମ୍ଠାରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ପ୍ରତ୍ୟେକ ରାଜ୍ୟରୁ ଜଣେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀଙ୍କ ସମ୍ମିଳନୀରେ କମିଶନଙ୍କ ନିଦେ୍ର୍ଦଶ ଅନୁଯାୟୀ ସ୍ଥିରୀକୃତ ହୋଇଥିଲା ।