କେକେଆର୍କୁ ହରାଇଲା ଆର୍ସିବି

 କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲ ୨୦୨୫  । ଉଦଘାଟନୀ ମ୍ୟାଚ୍ରେ ହିଁ ଏହାର ରୋମାଞ୍ଚ ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟରାଇଡର୍ସକୁ ୭ ୱିକେଟରେ ହରାଇ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୧୭୫ ରନର ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା । ଆରସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ । ରଜତ ପଟିଦାର ୩୪ ଓ ଦେବଦତ୍ତ ପଡିକଲ୍ଲ ୧୦ ରନ କରିଥିଲେ । ଏହି ମ୍ୟାଚ୍ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା । ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ୍ ରହିଥିଲା । କେକେଆର ପକ୍ଷରୁ କ୍ୱିଣ୍ଟନ୍ ଡି କକ୍  ୪ ରନ୍ କରିଥିବାବେଳେ ସୁନିଲ ନାରିନ୍ ୪୪ ରନ୍ କରିଥିଲେ । ସେହିପରି ଆଜିଙ୍କ୍ୟ ରାହାଣେ ୫୬ ରନ୍, ଅଙ୍ଗକ୍ରିସ୍ ରଘୁବଂଶୀ ୩୦ ରନ୍, ରିଙ୍କୁ ସିଂ ୧୨ ରନ୍ କରିଥିଲେ । ସେହିପରି ଆରସିବି ପକ୍ଷରୁ ଜୋସ୍ ହେଲ ଜଉଡ୍ ୨ ୱିକେଟ ନେଇଥିବାବେଳେ କୁନାଲ ପାଣ୍ଡ୍ୟା ୩ ୱିକେଟ ନେଇଥିଲେ । ୟଶ୍ ଯାଦବ, ରସିକ ଦାର ସାଲମ ଏବଂ ସୂୟାଶ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।