ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ । ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ । ଆନ୍ଦୋଳନରୁ ନ ଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ । ବସିଲେ ସମସ୍ୟାର ସମାଧାନ ବାହାରିବ । କଥାବାର୍ତ୍ତା ହୋଇଛି । କ୍ୟାଡର ପୁନଃଗଠନ କଥା ରାଜସ୍ବ ବିଭଗ ପାଖକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଛୁଟି ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟମାନଙ୍କୁ ଛୁଟି ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଚିଠି। ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ । ବିନା ପୂର୍ବ ସୂଚନା ଅନୁଯାୟୀ କାହିଁକି ଏଭଳି କଲେ କାରଣ ଦର୍ଶାଅ ନୋଟିସ ଜାରି ହେବ। କାର୍ଯ୍ୟ ବନ୍ଦ ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ହେଉଛି। କାମବନ୍ଦ ଆନ୍ଦୋଳନ ଯୋଗୁ ଉପସ୍ଥାନରେ ଏହାକୁ ଅନୁପସ୍ଥିତ ଦର୍ଶାଯିବ ବୋଲି କୁହାଯାଇଛି ।