ଅଜଗର ମାରି ବନ୍ଧା ହେଲେ ୪ ଅଭିଯୁକ୍ତ
Python

ପ୍ରୟାଗରାଜ କର
ଅଜଗର ମାରି ବନ୍ଧା ହେଲେ ୪ ଅଭିଯୁକ୍ତ । ଅଜଗରକୁ ମାରି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ଏବଂ ତାର ମାଂସ , ହାଡ, ଚର୍ବି ଓ ଚମଡାକୁ ଭାଗଭାଗ କରି ନେଇଯିବା ପଡିଲା ମହଙ୍ଗା । କେମେରା ସମ୍ମୁଖରେ ବଖାଣିଲେ ଅଜଗର ମାରିବାର କାହାଣୀ । ଘଟଣା ମୁତାବକ ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ଦେଉଳି ରେଞ୍ଜର କାଠଶିରିଷି ଅଞ୍ଚଳର ଆଜି ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ବନବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ମାନେ ହେଲେ କାଠଶିରିଷି ଗାଁ ର ବରିଆଲ ମାରାଣ୍ଡି (୩୦) ,ମଥୁରା ମାରାଣ୍ଡି (୬୪),କାମ ମାରାଣ୍ଡି (୩୫) ଓ ବାରିପଦା ମଧୁବନ ଅଞ୍ଚଳର ବାବୁଲା ସିଂ (୫୦) । ଆଜି ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ଗୀରଫ କରାଯାଇଛି । ଗୀରଫ ଅଭିଯୁକ୍ତ ଙ୍କ କହିବା ଅନୁଯାୟୀ ବରିଆଲ ମାରାଣ୍ଡି ଙ୍କ ସହ ଅନ୍ୟ ୩ ଛେଳି ଚଳାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ଏହି ଅଜଗରଟି ତାଙ୍କ ୨ଟି ଛେଳି କୁ ମାରିବା ପାଇଁ ଧରିଥିବାର ଦେଖି ଛେଳି ଛଡାଇବା ପାଇଁ ଏକ ପଥର ଛେଚି ଦେଇଥିଲେ । ଏଥିରେ ସାପଟିର ମୃତ୍ୟୁ ହୋଇଥିବା ବେଳେ ଛେଳି ଗୁଡିକୁ ସାପ ମୁହଁ ରୁ ଉଦ୍ଧାର କରିଥିଲେ ଗ୍ରାମବାସୀ। କିନ୍ତୁ କଥା ସେତିକିରେ ସରିନଥିଲା , ସାପଟି ମରିଯିବାର ଦେଖି ସାପଟିକୁ ଘୋଷାରି ଆଣି ଗାଁରେ ପହଞ୍ଚାଇଥିଲେ । ସେଠାରେ ସାପର ହାଡକୁ ପାଦରେ ମାଡି ଭାଙ୍ଗି ତାର ଚମଡା ଛାଲିବା ସହ ସାପଟିକୁ ପିସପିସ କରି କାଟି ତାକୁ ପରସ୍ପର ମଧ୍ୟରେ ଭାଗ କରି ନେଇଥିଲେ । ସବୁଠାରୁ ବଡକଥା ହେଲା ମୃତ ସାପର ହାଡ, ଚର୍ବି ,ମାଂସ ଓ ଚମଡା ରେ ଔଷଧୀୟ ଗୁଣ ଥିବା ଭାବି ନିଜେ ନିଜ ଘରେ ସବୁ ଗଛିତ ରଖିଥିବା ସ୍ବିକାର କରିଛନ୍ତି । ଅଜଗର ସାପକୁ ମାରିବା ଦଣ୍ଡନିୟ ଅପରାଧ ବୋଲି ଜାଣିନଥିବା କହିଥିବା ବେଳେ ଜାଣିଥିଲେ ଏପରି ଘଟାଇନଥାନ୍ତେ ବୋଲି ଅଭିଯୁକ୍ତ କହିଛନ୍ତି । ଅନ୍ୟପଟେ ଘଟଣାର ଭିଡିଓ ଭାଇରାଲ ପରେ ବାରିପଦା ଡିଏଫଓ ଏକ ସ୍ବତନ୍ତ୍ର ଟିମ ଗଠନ କରି ଘଟଣାରେ ଛାନଭିନ ଆରମ୍ଭ କରିଥିଲେ । ଆଜି ଦିନ ୧ଟା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ବନବିଭାଗ ଧରିବା ସହ ଦେଉଳି ରେଞ୍ଜ ଅଫିସକୁ ଆଣି ତଦନ୍ତ ଚଳାଇଥିଲେ । ଆସନ୍ତାକାଲି ସିନରିକ୍ରିଏସନ ପାଇଁ ଅଭିଯୁକ୍ତମାନଙ୍କୁ ଘଟଣା ସ୍ଥଳକୁ ନେବା ସହ ଅଜଗର ଅଂଶ ବିଶେଷ କୁ ଉଦ୍ଧାର କରାଯିବା ଏବଂ ନିୟମାନୁଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ଏ.ଉମାମହେଶ ପ୍ରତିକ୍ରିୟା ଦେଇଛନ୍ତି ।