ଅମଲା ସଂଘର ଆନେ୍ଦାଳନ ଚେତାବନୀ

 ବୌଦ୍ଧ  : ଓଡିଶା ରାଜସ୍ୱ ଅମଲା ସଂଘ ବୌଦ୍ଧ ଜିଲ୍ଲା ଶାଖା ସଭାପତି ମାନସ ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ଦଶଦଫା ଦାବିପତ୍ର ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲାସ୍ତରରେ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି କରାଯାଉ, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ, ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ, ନୂତନ ପେନ୍ସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଆଦି ଦାବି ଉଲ୍ଲେଖ କରାଯାଇଛି । ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି, ତାହେଲେ ସଂଘ ଆଗାମୀ ଜୁଲାଇ ୦୭ ତାରିଖ ଠାରୁ ଜୁଲାଇ ୧୧ ତାରିଖ ଯାଏଁ କଳା ବ୍ୟାଜ୍ ପରିଧାନ କରିବ । ଏବଂ ତା’ ସତ୍ତ୍ୱେ ଯଦି ସରକାର ଦାବି ଗୁଡିକ ପୂରଣ ନ କରନ୍ତି, ତେବେ ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରାଯିବ ବୋଲି ଜିଲ୍ଲା ସଭାପତି ମାନସ ରଞ୍ଜନ ସେଠୀ, ସମ୍ପାଦକ ପ୍ରେମାନନ୍ଦ ମେହେର ପ୍ରକାଶ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ନିରଞ୍ଜନ  ପାଢୀ, କୁଳମଣି ପ୍ରଧାନ, ସ୍ନେହଲତା ଦେହୁରୀ, ମମତା କହଁର, ପ୍ରମୋଦ କୁମାର ସେଠୀ, ରାଜ୍ୟ ଆକ୍ସନ କାଉନସିଲ ସଦସ୍ୟ ସରୋଜ କୁମାର ବେହେରା, ରବୀନ୍ଦ୍ର ସାହୁ, ତପନ କୁମାର ସୁବୁଦ୍ଧି, ଶିବ କୁମାର ଦଳବେହେରା, ସର୍ବେଶ୍ୱର ଦାନି, ସରିତା ଦଲାଲ, ସମ୍ବିତ ପଣ୍ଡା, ସୋନାଲୀ ସାହୁ, ଜିତେନ୍ଦ୍ର ମେହେର, ସୋମେଶ ନାଏକ, ଲୋକନାଥ ମେହେର, ମହେଶ କୁମାର ପାଳ, ମାଇକେଲ ଡାଭିସନ ଲିମା, ସତରୂପା ମିଶ୍ର, କଲ୍ୟାଣୀ ମହାନନ୍ଦିଆ, ଯଦୁରାଜ କୁମ୍ଭାର, ମିତାଞ୍ଜଳି କହଁର ପ୍ରମୁଖ ଉପସ୍ଥିତ ଥିଲେ ।