ପରଲୋକରେ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି
ଭୁବନେଶ୍ୱର: ପୂର୍ବତନ କୋରେଇ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ । ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା । ୨୦୦୪ ରୁ ୨୦୦୯ ଯାଏଁ କୋରେଇର ବିଧାୟିକା ଥିଲେ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢୀ ତାଙ୍କ ବାସଭବନରେ ପହଞ୍ଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସଞ୍ଚିତାଙ୍କ ପରଲୋକ ପରେ ବିଜେପିରେ ବଡ କ୍ଷତି ହୋଇଛି । ଦୀର୍ଘ ଦିନ ହେବ ସଞ୍ଚିତା ମହାନ୍ତି କର୍କଟ ରୋଗରେ ପୀଡିତ ଥିଲେ। ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ନୟାପଲ୍ଲୀ ସ୍ଥିତ ବାସଭବନରେ ତାଙ୍କ ପାର୍ଥୀବ ଶରୀରକୁ ଅଣାଯାଇଛି ।
Samir Kumar Rout