ଅମୃତଧାରା ଲୋକାର୍ପିତ
ସମ୍ବଲପୁର : ମାରୱାଡ଼ି ଯୁବାମର ସମ୍ବଲପୁର ଉଦୟ ଷ୍ଟାର ଶାଖା ପକ୍ଷରୁ ରେମେଡ଼ ଛକରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ‘ଅମୃତ ଧାରା' ଲୋକାର୍ପିତ ହୋଇଛି । ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ବିଦାୟୀ ସଭାପତି ପରାଗ ଅଗ୍ରୱାଲ ଏବଂ ପ୍ରାନ୍ତୀୟ ସଚିବ ପ୍ରତୀକ ଅଗ୍ରୱାଲଙ୍କ ଉଦ୍ୟମରେ ଏହା ସ୍ଥାପିତ ହୋଇଛି । ପରାଗ ଅଗ୍ରୱାଲ ଓ ସମାଜସେବୀ ଦିଲୀପ ଶର୍ମା ଏହାର ଲୋକାର୍ପଣ କରିଥିଲେ । ଉଦୟ ଷ୍ଟାର ଶାଖାର ଅଧ୍ୟକ୍ଷ ଶିବ ଅଗ୍ରୱାଲ, କୋଷାଧ୍ୟକ୍ଷ ଆଶିଷ ବଲାଲିୟା, କମଳ ପଂସାରୀ, ଦୀପକ ଅଗ୍ରୱାଲ, ନବଚେତନା ଶାଖାର ସମ୍ପାଦକ ଦୀପିକା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।