ଆଇନ ସଚେତନତା ଶିବିର

 ନବରଙ୍ଗପୁର : ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାପଡାହାଣ୍ଡି  ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ  ଠାରେ ଏକ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସୁବ୍ରତ ମହାନ୍ତିଙ୍କ  ନିଦେ୍ର୍ଦଶ କ୍ରମେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିପ୍ସା ଗୋଚ୍ଛାୟତ ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଶ୍ରମ ଅଧିକାରୀ ସଂଗ୍ରାମ ଭୂୟାଁ, ବ୍ଲକ  ପ୍ରୋଗ୍ରାମ ମାନେଜର ସୁଧାଂଶୁ ଶେଖର ବିଶ୍ୱାଳ, ସାମାଜିକ କର୍ମୀ ମନୋରମା ମାଝି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଶିଶୁ ଶ୍ରମିକ ପ୍ରଥା କିଭଳି ଏକ ଅପରାଧ,୧୪ ବର୍ଷରୁ କମ୍ ବୟସର ଶିଶୁମାନେ ଶିକ୍ଷାଅଧିକାର ଆଇନ ଅନୁଯାଇ କିପରି ନିଶୁଳ୍କ, ବାଧ୍ୟତାମୂଳକ ଶିକ୍ଷା ପାଇବାକୁ ହକଦାର ଅଟନ୍ତି ଓ ଶିଶୁ ମାନଙ୍କ ପାଇଁ ଥିବା ଅନ୍ୟାନ୍ୟ ଆଇନ ବିଷୟରେ ଆଲୋଚନା କରିଥିଲେ ।