ଉପ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ମାନୁନାହିଁ ଟୋଲ ପ୍ଲାଜା
ସମ୍ୱଲପୁର : ସମ୍ୱଲପୁର ଜାତୀୟ ରାଜପଥ ୫୫ ହାତିବାରି ଟୋଲ ପ୍ଲାଜା କର୍ମଚାରୀ ଉପ ଜିଲ୍ଲାପାଳ ଦେଇଥିବା ନିଦେ୍ର୍ଦଶକୁ ପାଳନ କରୁନାହିଁ । ଚାଷୀଙ୍କ ଧାନ ବୋଝେଇ ଗାଡ଼ିକୁ ଗେଟରେ ଅଟକ ରଖିଥିଲା । ଟଙ୍କା ଦେଲେ ଯାଇ ଗାଡ଼ି ଯିବା ବୋଲି ଯୁକ୍ତି କରିଥିଲା । ଶେଷରେ ଚାଷୀ ଟଙ୍କା ଦେଇ ଧାନ ବିକ୍ରି କରିବାକୁ ଯାଇଥିଲେ । ଘଟଣା ସ୍ଥଳରେ ଚାଷୀ ମାନେ ଉପ ଜିଲ୍ଲାପାଳଙ୍କ ଚିଠି ମଧ୍ୟ ଦେଖାଇ ଥିଲେ । ହେଲେ ଗେଟ କର୍ମଚାରି କାହା କଥା ଶୁଣିନଥିଲେ । ଆମ ଅଧିକାରୀ ଉପ ଜିଲ୍ଲାପାଳ ନୁହନ୍ତି ବୋଲି କହିଥିଲେ । ଏହି ଘଟଣାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।