ଅରୁଣ ସାହୁଙ୍କ ପୁସ୍ତକ ସାଇତା ସତ ଓ ବେହାଲ ବର୍ଷାର ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର : ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁଙ୍କ ପୁସ୍ତକ ସାଇତା ସତ ଓ ବେହାଲ ବର୍ଷାର ଲୋକାର୍ପଣ ଉତ୍ସବ। ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ନୟାଗଡ଼ ବିଧାୟକଙ୍କ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ମନୋରଞ୍ଜନ ପାଣୀଗ୍ରାହୀ, ସୁଶାନ୍ତ ରାଉତ, ଦେବୀ ରଞ୍ଜନ ତ୍ରୀପାଠୀ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେଇଥିଲେ।ବିଶିଷ୍ଟ ସାହିତ୍ୟିକ ଅଭିରାମ ବିଶ୍ବାଳ ଓ ବରିଷ୍ଠ କଳାକାର ଚୌଧୁରୀ ବିକାଶ ଦାସ ଅତିଥି ଭାବରେ ଯୋଗଦେଇ ସାଇତା ସତ ପୁସ୍ତକ ଓ କଳା ସମ୍ପର୍କରେ ଆଲୋଚନା କରିଛନ୍ତି। ବହୁ କଥା ଅଛି ଯାହା ଚିରକାଳ ପାଇଁ ଇତିହାସ ଗର୍ଭରେ ଲିନ ହୋଇଯାଏ। କିନ୍ତୁ ସତ କହିଲା ବାଲା ଓ ସତ ଶୁଣିଲା ବାଲା ଯଦି ଉଭୟଙ୍କ ମାନସୀକତା ଭଲ ହେଲେ ବିଶେଷ କରି ସତ ଶୁଣିଲା ବାଲାର ମାନସିକତା ଭଲ ହେଲେ ସତ ସମସ୍ତେ କହି ପାରିବେ। ଉପରସ୍ତରରେ ଥିବା ଲୋକମାନେ ସତ ଶୁଣିବାକୁ ଭଲ ପାଆନ୍ତି ନାହିଁ। ଅକୁହା କଥା ସାଇତା କଥାକୁ ସତ କଥା ପ୍ରକାଶ କଲେ ଯେତେ ଯନ୍ତ୍ରଣା ହେଉ ପଛେ ସତ କହିବା ଲୋକଙ୍କୁ ଯେଉଁଠି ସମ୍ମାନ ଦିଆଯାଏ ସେମିତି ଗୋଟେ ସମାଜ ଗଠନ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅରୁଣ । ପିଲାଦିନରୁ ସାହିତ୍ୟ ଓ କବିତା ପ୍ରତି ଭଲ ପାଇବା ଅଛି ତେଣୁ କବିତାକୁ ସଂଗୀତ ମାଧ୍ୟମରେ ତୋଳି ଧରିବା ଉଦ୍ୟମ କରିଥିବା କହିଛନ୍ତି ଅରୁଣ ସାହୁ।