ଅର୍ଜୁନ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା:   ମନ ମୋହିଲା ମୋଗଲତାମସା 

 ବନ୍ତ: ଓଡଙ୍ଗ ପଞ୍ଚାୟତରେ ୭ ଦିନିଆ ଅର୍ଜୁନ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟା । ସ୍ତମ୍ଭକାରପଣ୍ଡିତ ତୌରୀ ମହାପାତ୍ରଙ୍କ ସଭାପତିତ୍ୱରେ ଇଂ. ଗୌରହରି ମଣ୍ଡଳ, ଓଡିଶାବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ରମାଧବ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ କୀର୍ତ୍ତିକ ଚନ୍ଦ୍ର ପଲେଇ, ବାସୁଦେବ ଦାସ, ଯୁବଉଦ୍ୟାଗୀ ରାଜେଶ ସାମଲ ପ୍ରମୁଖ ଅତିଥି ଯୋଗ ଦେଇଥିଲେ । ଆଧୁନିକ ଯୁଗର ଯାନ୍ତ୍ରୀକ ଓ ବୈଷୟିକ ଉପରେ ମଞ୍ଚ ଉପରେ ଅତିଥି ମତ ରଖିଥିଲେ । ବିଶ୍ୱାସ ଫାଉଣ୍ଡେସନ ସମ୍ପାଦକ ସୁକାନ୍ତ ବେହେରା ଅତିଥି ପରିଚୟ ଓ ଧନ୍ୟବାଦ ଉପଦେଷ୍ଠା ଇଂ. ରବୀନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ମୋଗଲ ତାମସା ପରିବେଷଣ ହୋଇଥିଲା । ମେଳା କମିଟି ସଭାପତି ବିଜୟ ଜେନା, ସମ୍ପାଦକ ରମେଶ ମଲ୍ଲିକ, ବିଶ୍ୱାସ ଫାଉଣ୍ଡେସନ ସଭାପତି ଜିତେନ୍ଦ୍ର ଜେନା, ଅକ୍ଷୟ ବାରିକ, ବୀରକିଶୋର ବାରିକ, ଅକ୍ଷୟ ଗିରି, ଧନେଶ୍ୱର ପଢିହାରୀ, ଚିନ୍ମୟ ଦାସ, ନୀଲେଶ ବାରିକ, ହରିହର ମଣ୍ଡଳ, ରାଜକିଶୋର ସ୍ୱାଇଁ, ଶରତ ପଲେଇ, ନାରାୟଣ ଦାଶ, ଜଗବନ୍ଧୁ ଦାସ, ସନ୍ତୋଷ ମଲିକ, ସମେତ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।