ଷଣ୍ଢପୁରରେ ଗାୟତ୍ରୀ ମହାଯଜ୍ଞ

 ଜଟଣୀ:   ଜଟଣୀ ନିକଟସ୍ଥ ଷଣ୍ଢପୁର ଗ୍ରାମରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ, ହରିଦ୍ୱାରଙ୍କ ତତ୍ତ୍ୱାବଧାନରେ ୫ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଗ୍ରାମବାସୀଙ୍କ ଦ୍ୱାରା ଗ୍ରାମର ଶ୍ରୀ ଶ୍ରୀ ବାବା କୁଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି  । ମନୁଷ୍ୟ ମଧ୍ୟରେ ଦେବତ୍ୱ ଗୁଣର ଜାଗରଣ ଧରା ପୃଷ୍ଠରେ ସ୍ୱର୍ଗର ଅବତରଣ,  ନାରୀ ଶିକ୍ଷା, କୁରୁତି ଉନ୍ନୁଳନ, ନିଶା ନିବାରଣ ଆଦି ସାମାଜିକ ସମସ୍ୟା ଉପରେ ଆଲୋକପାତ କରିଥିଲେ ବରିଷ୍ଠ ଗାୟତ୍ରୀ ସାଧକ ଇଂ ପ୍ରଭାକର ପଣ୍ଡା ।  ମନ୍ତ୍ରପାଠ କରିଥିଲେ ପରିବ୍ରାଜିକା ଶ୍ରୀମତୀ ବିଳାସିନୀ ସାହୁ । ଏଥିରେ ୧୦ ଜଣଙ୍କର ଦୀକ୍ଷା ସଂସ୍କାର, ୪ ଜଣଙ୍କର ଗର୍ଭାଧାନ-ପୁଂସବନ ସଂସ୍କାର ସଂପାଦନ ଓ ଯୁଗ ସଂଗୀତ ପରିବେଷଣ କରିଥିଲେ ପରିବ୍ରାଜିକା ବନଲତା ଦେବୀ । ଗ୍ରାମର ଅନେକ ଜଣ ଦେବକନ୍ୟା ତଥା ମହିଳା ମାନଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଯଜ୍ଞରେ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ଭାଗନେଇ ଅନ୍ନପ୍ରସାଦ ଗ୍ରହଣ କରିଥିଲେ  । ଯଜ୍ଞ ପରିଚାଳନା ଦାୟିତ୍ୱରେ ଥିଲେ ଷଣ୍ଢପୁର, ଜଟଣୀ ଗାୟତ୍ରୀ ପରିବାରର ବାଳବିକାଶ କେନ୍ଦ୍ର, ମହିଳା ମଣ୍ଡଳ ଓ ପ୍ରଜ୍ଞା ମଣ୍ଡଳର ସମସ୍ତ ସଭ୍ୟ-ସଭ୍ୟା ତଥା କାର୍ଯ୍ୟକର୍ତ୍ତାଗଣ । ପରିଶେଷରେ ସମସ୍ତ ଅତିଥିମାନଙ୍କୁ ସମ୍ମାନିତ କରିବା ସହ ଗ୍ରାମବାସୀ ପ୍ରତିନିଧିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।