ପଞ୍ଚାୟତସ୍ତରୀୟ ଝୁମର କାର୍ଯ୍ୟକ୍ରମ 

 ବେତନଟୀ  : ବେତନଟୀ ଥାନା ଅନ୍ତର୍ଗତ ସୁରେଇଡିହି ଠାରେ ଗ୍ରାମ ଝୁମର ଆଖଳା ମୟୁରଭଞ୍ଜ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଝୁମର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମ ସୁକାନ୍ତ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ଗ୍ରାମ ଝୁମର ଆଖଳା ସଭାପତି ରଜନୀକାନ୍ତ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର ନାଥ ମହାନ୍ତି, ସୁବାଷ ଚନ୍ଦ୍ର ମହାନ୍ତି, ଶରତ ଚନ୍ଦ୍ର ମହାନ୍ତି ଓ ସୁନାମଧନ୍ୟ  ଢୋଲ ବାଦକ ତଥା କଣ୍ଠଶିଳ୍ପୀ ରବୀନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେଫ ରଜନୀକାନ୍ତ ମହାନ୍ତି କୁଡୁମି ଜାତିର ପ୍ରଥା, ପରମ୍ପରା, ସଂସ୍କୃତି ଓ କୁଡୁମାଲୀ ଭାଷାର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହାପରେ ସୁରେଇଡିହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ବିଶିଷ୍ଟ ଝୁମର ଶିଳ୍ପୀ ସୁକାନ୍ତ ମହାନ୍ତି, ପରେଶ ଚନ୍ଦ୍ର ମହାନ୍ତି, ଶରତ ଚନ୍ଦ୍ର ମହାନ୍ତି, ବୈକୁଣ୍ଠ ମହାନ୍ତି, ସଦାନନ୍ଦ ମହାନ୍ତି, ନବକିଶୋର ମହାନ୍ତି, ପଞ୍ଚାନନ ମହାନ୍ତି, ସୁଶାନ୍ତ ମହାନ୍ତି, ପ୍ରଶାନ୍ତ ମହାନ୍ତି, ସୁଲୋଚନା ମହାନ୍ତି, ମାଳତୀ ମହାନ୍ତି, ମନ୍ଦାକିନୀ ମହାନ୍ତି, ଜୟଶ୍ରୀ ମହାନ୍ତି, ରଶ୍ମି ମହାନ୍ତି, ଝୁନପୁକି ମହାନ୍ତି, ପୁଷ୍ପଲତା ମହାନ୍ତି, ସୁଭଦ୍ରା ମହାନ୍ତି, ପଦ୍ମିନୀ ମହାନ୍ତି ଓ ଅନିତା ମହାନ୍ତି ପ୍ରମୁଖ ନିଜର ଝୁମର ପ୍ରତିଭା ପ୍ରଦର୍ଶନ କରିବା ସହ ମିଳିତ ଭାବେ ଝୁମର ନୃତ୍ୟ ପରିବେଷଣ କରିଥିଲେ  ।